ଲାହୋର ବିସ୍ଫୋରଣରେ ୮ ମୃତ, ୩୫ ଆହତ

ଲାହୋର ବିସ୍ଫୋରଣରେ ୮ ମୃତ, ୩୫ ଆହତ

ଲାହୋର, ଫେବୃଆରୀ ୨୩: ପାକିସ୍ଥାନ ଲାହୋର ଡିଫେନ୍ସ ଅଞ୍ଚଳରେ ବିସ୍ଫୋରଣ ଫଳରେ 8ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 35ଜଣ ଗୁରୁତର ଆହାତ ହୋଇଛନ୍ତି । 

ସୁଚନା ମୁତାବକ, ଏକ  ନିର୍ମାଣଧିନ ବିଲଡିଂରେ ଏକ ଜେନେରେଟର ବିସ୍ଫୋରଣ ହେବା ଫଳରେ ଏତେ ମୃତାହତ ହୋଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରୁ ଆହାତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଏକ ବିସ୍ଫୋରଣ ଗୋଲବର୍ଗଠାରେ ହୋଇଥିବା ବେଳେ ଏଥିରେ ୨୦ଜଣ ଆହତ ହୋଇଛନ୍ତି ।