ଟେଲିଭିଜନ୍‌ ପରଦାକୁ ଫେରୁଛି ‘ସରାରତ’......

ଟେଲିଭିଜନ୍‌ ପରଦାକୁ ଫେରୁଛି ‘ସରାରତ’......

ଭୁବନେଶ୍ୱର,ଫେବୃଆରୀ ୨୫: କିଛି ଦିନଧରି ସମସ୍ତଙ୍କର ପ୍ରୀୟ ‘ସରାରତ୍‌’ର ସିଜିନ୍‌-୨ ପରଦାକୁ ଆସିବା ନେଇ ଶୁଣିବାକୁ ମିଳୁଥିଲା । ତେବେ ଏହା ସତ । ହଁ ଏଥିନେଇ ଏଥିରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀ ଶ୍ରୁତି ସେଠ ସୂଚନା ଦେଇଛନ୍ତି । ଏହା ଲୋକାର୍ପିତ ହେବାକୁ ନେଇ କାମ ଚାଲିଛି। ଏବଂ ବହୁତ ଶିଘ୍ର ଏହା ଟେଲିଭିଜନକୁ ଆସିପାରେ ବୋଲି ଜଣାପଡ଼ିଛି । 
ତେବେ ଏହି ଫ୍ରେସ ସିଜିନ୍‌ ପାଇଁ ଏଥିରେ ଅଭିନୟ କରିଥିବା ପୂରା ୟୁନିଟ୍‌ ଏକାଠି ହୋଇଥିଲେ । ଯେଉଁଥିରେ ସରାରତର ଦାଦି ଫରିଦା ଜଲାଲ୍‌, କରନ୍‌ଭିର ବୋହରା, ପୁନମ୍ ନରୁଲା, ମହେଶ ଠାକୁର, ଅଦିତି ଶିରଓ୍ୱାଇକର୍‌ ଏବଂ ହର୍ଷ ଭଶିସ୍ତ ପ୍ରମୁ୍‌ଖ ନଜର ଆସିଥିଲେ । ଏହା ୨୯୯୪ ରୁ ୨୦୦୯ ପର୍ୟ୍ୟନ୍ତ ଯୁପପିଢ଼ିଙ୍କର ବିଶେଷ ପସନ୍ଦ ଥିଲା । ପରେ ଡ଼ିଜନୀ ଦ୍ୱାରା ଏହାକୁ ପ୍ରକାଶିତ କରାଯିବା ପରେ ଏହା ପିଲାମାନଙ୍କ ମଧ୍ୟରେ ଲୋକପ୍ରୀୟ ହୋଇପାରିଥିଲା ।
ଦର୍ଶକମାନଙ୍କ ପୂର୍ଣ୍ଣ ସପୋଟ ଏବଂ ଇଚ୍ଛା ରହିଲେ ଖୁବ୍ ଶିଘ୍ର ଏହା ପରଦାକୁ ଓହ୍ଲାଇବ ବୋଲି ଟିମ୍‌ ଆଶା ବାନ୍ଧିଛି ।