କରନ୍‌ ସିଂହ ଗ୍ରୋଭରଙ୍କ ସହ ନଚବଲିୟେ ହୋଷ୍ଟ କରିବେ କପିଲଙ୍କ ବୁଆ..!

କରନ୍‌ ସିଂହ ଗ୍ରୋଭରଙ୍କ ସହ ନଚବଲିୟେ ହୋଷ୍ଟ କରିବେ କପିଲଙ୍କ ବୁଆ..!

ଅଭିନେତା କରନ ସିଂହ ଗ୍ରୋଭର ଚଳିତ ବର୍ଷ ନଚବଲିଏ-୮କୁ ହୋଷ୍ଟ କରିବେ । ଏଥିରେ ତାଙ୍କ ସହ ପାର୍ଟନର ସାଜିବେ କମେଡ଼ି ନାଇଟ ଉଇଥ୍‌ କପିଲ୍‌ରେ ନଜର ଆସିଥିବା କପିଲ୍‌ଙ୍କ ବୁଆ ଓରଫ ଉପାସନା ସିଂହ। ପ୍ରଥମ ଥର ପାଇଁ ଉପାସନା ଜଣେ ହୋଷ୍ଟ ଭାବେ ନଜର ଆସିବେ ।
ତେବେ ଉପାସନା ନିଜ ପ୍ରତିକ୍ରୀୟାରେ ବହୁତ ଖୁସି ଥିବା କହିଛନ୍ତି । ବହୁଦିନ ଧରି ନଚବଲିଏ ଦେଖି ଆସିଛନ୍ତି । ଏବେ ସେଠାରେ କାମ କରିବାର ସୁଯୋଗ ମିଳିଥିବା ତାଙ୍କ ପାଇଁ ବଡ଼ କଥା ବୋଲି କହିଛନ୍ତି କପିଲଙ୍କ ବୁଆ । ବହୁଥର ଏଥିରେ ଭାଗ ନେବା ପାଇଁ ସେ ଚେଷ୍ଟା କରିଥିଲେ ବି ସୁଯୋଗ ମିଳିନଥିଲା । ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ଉପାସନା ।

ମାର୍ଚ୍ଚ ୨୦ରୁ ଏହି ସୋ ପାଇଁ ସୁଟିଂ ଆରମ୍ଭ ହେବ । ଏହାକୁ ସରୋଜ ଖାନ, ଟରେନ୍ସ ଲୁଇସ୍‌ ଏବଂ ସୋନାକ୍ଷି ସିନ୍ହା ପ୍ରମୁଖ ଜର୍ଜ କରିବେ ।