ବିଶ୍ୱ ସାଇକେଲ ଯାତ୍ରା - ଡକ୍ଟରଙ୍କୁ ସମ୍ବର୍ଦ୍ଧନା

ବିଶ୍ୱ ସାଇକେଲ ଯାତ୍ରା - ଡକ୍ଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଫେବୃୟାରୀ ୨୬: କର୍କଟ ରୋଗର ନିରାକରଣ, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ବାର୍ତ୍ତା ନେଇ ବିଶ୍ୱ ସାଇକେଲ ଯାତ୍ରାରେ ବାହାରିଥିବା ହରିୟାନାର ଡକ୍ଟର ରାଜ୍ ପାନେନ୍ଦ ଆଜି ଓଡ଼ିଶା ପହଞ୍ଚିଛନ୍ତି । ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ପାଞ୍ଚନମ୍ବର ଜାତୀୟ ରାଜପଥ ପାର୍ଶ୍ୱ  ସଦର ଥାନା ନିକଟରେ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ତାଙ୍କର ଯାତ୍ରାର ମଙ୍ଗଳ କାମନା କରିବା ସହିତ ଡକ୍ଟର ପୁନେନ୍ଦଙ୍କ ଏହି ପ୍ରୟାସ ଜନସାଧାରଣଙ୍କ ମଧ୍ୟରେ ବେଶ୍ ସଚେତନତା ସୃଷ୍ଟି କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ହରିୟାନା ରାଜ୍ୟର ହିସାର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଡକ୍ଟର ପୁନେନ୍ଦ ନବୋଦ୍ୟୟ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ କୃତିତ୍ୱର ସହ ଡାକ୍ତରୀ ପାସ୍ କରି ମଧ୍ୟ ଚାକିରି ପରିବର୍ତ୍ତେ ସମାଜସେବାକୁ ଗୁରୁତ୍ୱ ଦେଇଆସିଛନ୍ତି । ସାମ୍ପ୍ରତିକ ସ୍ଥିତିରେ କ୍ୟାନସର ରୋଗ ଓ ପରିବେଶ ପ୍ରଦ୍ୟୂଷଣ ମହା ବିପଦ ଭାବେ ଉଭା ହୋଇଥିବା ବେଳେ ଏନେଇ ପ୍ରତିଟି ମହଲରୁ ସଚେତନତାର ଆବଶ୍ୟକତାକୁ ସେ ଅନୁଭବ କରିଥିଲେ । ଗତ ସେପ୍ଟେମ୍ବର ମାସ ୫ ତାରିଖ ଗୁରୁଦିବସରୁ ସେ ସଚେତନତାର ବାର୍ତ୍ତା ନେଇ ରାଜସ୍ତାନରୁ ସାଇକେଲ ଯାତ୍ରାରେ ବାହାରିଛନ୍ତି । ଇତିମଧ୍ୟରେ ସେ ଭାରତର ହରିୟାନା, ପଞ୍ଜାବ, ଜାମୁ କାଶ୍ମିର, ହିମାଚଳ ପ୍ରଦେଶ, ରାଜସ୍ତାନ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ ପ୍ରଭୃତି ଯାତ୍ରା ପରେ ଶ୍ରୀଲଙ୍କାକୁ ଯାଇଥିଲେ। ସେଠାରେ ୧୫ଶହ କିଲୋମିଟର ଯାତ୍ରା କରିବା ପରେ କନ୍ୟାକୁମାରୀଠାରୁ ସେ ଦ୍ୱିତୀୟ ପର୍ଯ୍ୟାରେ ବାକି ଥିବା ରାଜ୍ୟଗୁଡ଼ିକରେ ଯାତ୍ରା ଜାରି ରଖିଛନ୍ତି । ତାମିଲନାଡ଼ୁ, ଆନ୍ଧ୍ର ପରେ ଓଡ଼ିଶାରେ ପହଞ୍ଚିଥିଲେ । ସାଇକେଲର ଯାତ୍ରା ସମୟରେ ଅତିକମ୍ରେ ୩ ଲକ୍ଷ ବୃକ୍ଷରୋପଣ ସହିତ ୨କୋଟିରୁ ଅଧିକ ଲୋକଙ୍କ ସହ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବେ ବୋଲି ଡକ୍ଟର ପୁନେନ୍ଦ ସୂଚନା ଦେଇଛନ୍ତି ।