ରେଳରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ୧୦ ପ୍ରତିଶତ ରିହାତି ଦେବ ରେଳ ବିଭାଗ

ରେଳରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ୧୦ ପ୍ରତିଶତ ରିହାତି ଦେବ ରେଳ ବିଭାଗ

ନୂଆଦିଲ୍ଲୀ ୩୧/୧୨:  ଏଥର ରେଳରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ ୧୦ ପ୍ରତିଶତ ରିହାତି ଦେବ ରେଳ ବିଭାଗ । ୨୦୧୬ ମସିହା,ସେପ୍ଟେମ୍ବର ୯ ତାରିଖରେ ରେଳ ବିଭାଗ ପକ୍ଷରୁ ରାଜଧାନୀ,ଦୂରୋନ୍ତ ଓ ଶତାଦ୍ଦୀ ଏକ୍ସପ୍ରେସରେ ଯାତ୍ରା ପାଇଁ ଫ୍ଲେକ୍ସି ଫେୟାର ପ୍ରାଇସ୍ ଯୋଜନାକୁ କାର୍ୟ୍ୟକାରୀ କରାଯାଇଥିଲା।ମୂଳ ମୂଲ୍ୟଠାରୁ ଟିକେଟ୍ର ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା।ଏବେ କରାଯାଇଥିବା ସଂଶୋଧନ ଅନୁସାରେ ଚାର୍ଟ ପ୍ରସ୍ତୁତ ପୂର୍ବରୁୁ ବିକା ଯାଇଥିବା ଶେଷ ଟିକେଟ୍ ମୂଲ୍ୟର ୧୦ ପ୍ରତିଶତ ରିହାତି ଦିଆଯିବ। ଏହି ଯୋଜନାକୁୁ ପରୀକ୍ଷାମୂଳକ ଭାବେ ୬ ମାସ ପାଇଁ ଲାଗୁ କରାଯାଇଛି।