ଓଡ଼ିଶାରେ ଏୟାରଟେଲ୍ର ପ୍ରିପେଡ୍ ଡାଟା ଦର ହ୍ରାସ

ଓଡ଼ିଶାରେ ଏୟାରଟେଲ୍ର ପ୍ରିପେଡ୍ ଡାଟା ଦର ହ୍ରାସ

22 Jul) ଭୁବନେଶ୍ୱର, ୨୨/୦୭/୨୦୧୬(ଓଡ଼ିଶା ସମାଚାର)- ଭାରତର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍ ପକ୍ଷରୁ ଅାଜି ଓଡ଼ିଶାରେ ପ୍ରିପେଡ୍ ଡାଟା ଦରରେ ହ୍ରାସ ଘୋଷଣା କରାଯାଇଛି। ଏହା ଦ୍ୱାରା କଂପାନିର ଗ୍ରାହକମାନେ ଡାଟା ପ୍ୟାକ୍ ରିଚାର୍ଜ ଉପରେ ଅଧିକ ସୁବିଧା ପାଇପାରିବେ। ପୁରୁଣା ପ୍ୟାକ୍ଗୁଡ଼ିକରେ ଓଡ଼ିଶାର ଗ୍ରାହକମାନେ ଅଧିକ ମୂଲ୍ୟ ପାଇପାରିବେ ଓ ଅଧିକ ସମୟ ଅନଲାଇନ୍ ରହି ନିଜର ଟଂରନେଟ୍ ଅନୁଭୂତିକୁ ବଢ଼ାଇପାରିବେ ଓ ନିଜର ପସନ୍ଦର ବିଷୟବସ୍ତୁ ଅଧିକ ଡାଉନ୍ଲୋଡ୍ କରିପାରିବେ। ନୂଅା ମୂଲ୍ୟ ଅନୁସାରେ ସଂଶୋଧିତ ଡାଟା ସୁବିଧାଗୁଡ଼ିକ ହେଉଛି ୯୯୫ ଟଙ୍କିଅା ୪ଜି/ ୩ଜି ମାସିକିଅା ରିଚାର୍ଜ ପ୍ୟାକ୍ରେ ଏବେ ୧୦ ଜିବି ଡାଟା ମିଳିବ। ପୂର୍ବରୁ ଏହି ରିଚାର୍ଜରେ ୬ ଜିବି ଡାଟା ମିଳୁଥିଲା। ସେହିପରି ୫୪୫ ଟଙ୍କିଅା ୪ଜି/୩ଜି ଡାଟା ପ୍ୟାକ୍ରେ ୬୦ ପ୍ରତିଶତ ଅଧିକ ଡାଟା ମିଳିବ। ପୂବରୁ ଏହି ପ୍ୟାକ୍ରେ ୨.୫ ଜିବି ଡାଟା ମିଳୁଥିଲା। କିନ୍ତୁ ଅାଗକୁ ୪ ଜିବି ଡାଟା ମିଳିବ। ୪୪୭ ଟଙ୍କିଅା ୪ଜି/୩ଜି ଡାଟାରେ ଗ୍ରାହକମାନେ ୩ ଜିବି ଡାଟା ପାଇବେ। ପୂର୍ବରୁ ସେମାନେ ୨ ଜିବି ଡାଟା ପାଉଥିଲେ। ଏହି ରିଚାର୍ଜରେ ଡାଟା ସୁବିଧା ୫୦%ରୁ ଅଧିକ ବୃଦ୍ଧି ପାଇଛି। ୨ଜି/୩ଜି/୪ଜି ସାଚେଟ୍ ଡାଟା ପ୍ୟାକ୍ର ସୁବିଧା ମଧ୍ୟ ବଢ଼ିଛି। ୨୫ ଟଙ୍କିଅା ୨ଜି ଡାଟା ପ୍ୟାକ୍ରେ ଏବେ ୪୫% ଅଧିକ ଡାଟା ମିଳିବ। ପୂର୍ବରୁ ଏଥିରେ ୧୦୦ ଏମ୍ବି ଡାଟା ମିଳୁଥିଲା କିନ୍ତୁ ଅାଗକୁ ୧୪୫ ଏମ୍ବି ଡାଟା ମିଳିବ। ୯୬ ଟଙ୍କିଅା ୩ଜି/୪ଜି ଡାଟାରେ ୨୫% ଅଧିକ ଡାଟା ସୁବିଧା ମିଳିବ। ଅାଗରୁ ଏଥିରେ ୩୦୦ ଏମ୍ବି ଡାଟା ମିଳୁଥିଲା ଯାହା ୩୭୫ ଏମ୍ବିକୁ ବୃଦ୍ଧି ପାଇଛି। ସେହିପରି ୯ ଟଙ୍କିଅା ଦିନିକିଅା ଡାଟା ପ୍ୟାକ୍ର ସୁବିଧା ୪୫% ବଢ଼ାଇ ୫୦ ଏମ୍ବି କରାଯାଇଛି। ଅଣ ନିୟମକିତ ଓ ବିଶେଷ କରି ଗ୍ରାମାଚଂଳରେ ପ୍ରଥମ ଥର ଇଟଂରନେଟ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଏ ସଂପକରେ ଅଜୟ ପୁରୀ, ନିଦେର୍ଶକ-ଅପରେସନ୍ (ଭାରତ ଓ ଦକ୍ଷିଣ ଏସିଅା), ଭାରତୀ ଏୟାରଟେଲ୍ କହିଛନ୍ତି ଯେ, “ଏୟାରଟେଲ୍ରେ ଅାମେ ସବୁ ବେଳେ ଶ୍ରେଷ୍ଠ ମୋବାଇଲ୍ ଅନୁଭୂତି ଓ ମୂଲ୍ୟ ଅାମର ଗ୍ରାହକମାନଙ୍କୁ ପ୍ରଦାନ କରିବାକୁ ଚେଷ୍ଟା କରୁ। ଏହି ନୂଅା ଡାଟା ପ୍ୟାକ୍ ଦେଶରେ ମୋବାଇଲ୍ ଇଟଂରନେଟ୍ର ବ୍ୟବହାର ଓ ଗ୍ରହଣୀୟତାକୁ ବଢ଼ାେଇବ। ସ୍ମାର୍ଟଫାନ୍ର ବର୍ଧିତ ପ୍ରବେଶକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଭାରତ ସାରା ଡାଟା ନେଟୱର୍କ ସ୍ଥାପନ କରିଛି। ଅାମେ ବିଶ୍ୱାସ କରୁଛୁ ଯେ ଏହି ପ୍ୟାକ୍ଗୁଡ଼ିକ ଜରିଅାରେ ସୁଲଭତା ବଢ଼ିବ ଓ ଅଧିକ ଗ୍ରାହକ ଅନଲାଇନ୍ରେ ପ୍ରବେଶ କରିପାରିବେ।’’ । ଓଡ଼ିଶା ସମାଚାର