ଭାରତୀୟ ନୌସେନାରେ ସାମିଲ ହେବ ତାରିଣୀ ନୌକା

ଭାରତୀୟ ନୌସେନାରେ ସାମିଲ ହେବ ତାରିଣୀ ନୌକା

ଭୁବନେଶ୍ୱର,  ଫେବୃଆରୀ ୧୮: ଆଜି ଆଇଏନ୍ଏସ୍ ମାଣ୍ଡୋୱି ବୋଟ୍ ପୁଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଦ୍ୱିତୀୟ ସାମୁଦ୍ରିକ ନୌକା ତାରିଣୀକୁ ଭାରତୀୟ ନୌସେନାରେ ସାମିଲ କରାଯିବ । ଏହାକୁ ଆଇଏନ୍ଏସ୍ଭି ତାରିଣୀକୁ ଗୋଆର ଦିୱାରସ୍ଥିତ ମେସର୍ସ ଆକ୍ୱାରିୟସ ଶିପୟାର୍ଡ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ କରିଛି । ଏହି ସାମୁଦ୍ରିକ ବୋଟ୍ ତାରିଣୀକୁ ଭାରତୀୟ ନୌସେନାର ବିଶ୍ୱର ପ୍ରଥମ ଭାରତୀୟ ମହିଳା ନୌ-ପ୍ରଦସଣି  ଅଭିଯାନ ପାଇଁ ରଖାଯାଇଛି ।
ଏହାର ଉଚ୍ଚତା ୨୫ମିଟର ଲମ୍ବ  । ଏଥିରେ ଅତ୍ୟାଧୁନିକ ସାଟେଲାଇଟ୍ ଯୋଗାଯୋଗ ବ୍ୟବସ୍ଥା ରହିଛି । ଯାହାଫଳରେ ବିଶ୍ୱର ଯେକୌଣସି ସ୍ଥାନ ସହ ଏଠାରୁ ସଂଯୋଗ କରାଯାଇ ପାରିବ । 
ନବନିର୍ମିତ ଆଇଏନ୍ଏସ୍ ତାରିଣୀର ପରୀକ୍ଷାମୂଳକ ଚଳାଚଳ ଚଳିତବର୍ଷ ଜାନୁୟାରୀ ୩୦ତାରିଖରେ ସଫଳତାର ସହ ଶେଷ ହୋଇଥିଲା । ଗୋଆରେ ଉଭୟ ମଦେଇ ଓ ତାରିଣୀ ବୋଟ୍ର ସଫଳତାପୂର୍ବକ ନିର୍ମାଣ ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନୀତିର ଅଂଶବିଶେଷ । 
ଏହି ନୌକା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରା-ତାରିଣୀ ମନ୍ଦିରର ଉପରେ ଆଧାରିତ । ତାରିଣୀ ଶବ୍ଦର ଅର୍ଥ ହେଉଛି ନୌକା ଓ ଏହାର ସଂସ୍କୃତ ଶବ୍ଦ ହେଉଛି ଉଦ୍ଧାରକର୍ତା । ଏହି ବୋଟ୍‌ରେ ଅନ୍ୟ ଚାଳକ ଦଳ ସଦସ୍ୟ ଭାବେ ଲେଫ୍ଟନାଂଟ୍ କମାଣ୍ଡର ପ୍ରତିଭା ଜାମୱାଲ, ଲେଫ୍ଟନାଂଟ୍ ଐଶ୍ୱର୍ଯ୍ୟା ବୋଦ୍ଦାପଟ୍ଟି, ଲେଫ୍ଟନାଂଟ ପତରାପଲ୍ଲୀ ସ୍ୱାତୀ, ଲେଫ୍ଟନାଂଟ ବିଜୟା ଦେବୀ ଓ ଲେଫ୍ଟନାଂଟ୍ ପାୟଲ ଗୁପ୍ତା ସାମିଲ ଥିଲେ ।