କଫି ଉଇଥ୍ ଡି’ରିଲିଜ୍ ହେଲା

 କଫି ଉଇଥ୍ ଡି’ରିଲିଜ୍ ହେଲା


ମୁମ୍ବାଇ ୨୧/୧ : ବଲିଉଡ୍ ସିନେମା ‘କଫି ଉଇଥ୍ ଡି’ ଆଜି ରିଲିଜ୍ ହୋଇଛି । ଏହି ଫିଲିମ୍ର କମେଡି ରୋଲରେ ଅୃଛନି ହାସ୍ୟାଭିନେତା ସୁନୀଲ ଗ୍ରୋଭର୍। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମିଶ୍ର। ଏଥିରେ ସୁନୀଲ ଗ୍ରୋଭରଙ୍କ ବ୍ୟତୀତ ଦୀପାନ୍ଵିତା ଶର୍ମା, ଅଞ୍ଜନା ସୁଖାନୀ ଓ ପଙ୍କଜ ତ୍ରପାଠୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।ଏଥିରେ ସୁନୀଲ ଗ୍ରୋଭର୍କୁ ଏକ ସାମ୍ବାଦିକ ଅର୍ଣ୍ଣବ ଭୂମିକାରେ ଦେଖିବାକୁ ମିଳିବ। ଜଣେ ସାମ୍ବାଦିକ ଜଣେ କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ ଡନ୍ର ସାକ୍ଷାତକାର ନେବା ଘଟଣାକୁ ମଜାଦାର ଢଙ୍ଗରେ ଏହି ଫିଲ୍ମରେ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।