ହକି ଇଣ୍ଡିଆ ଲିଗରେ ପଞ୍ଜାବ ୱାରିଅର ବିଜୟୀ ହୋଇଛନ୍ତି

ହକି ଇଣ୍ଡିଆ ଲିଗରେ ପଞ୍ଜାବ ୱାରିଅର ବିଜୟୀ ହୋଇଛନ୍ତି

ରାଞ୍ଚି  ୨/୨: ଆଜି ରାଞ୍ଚି ଆଷ୍ଟ୍ରୋ ଟ୍ରର୍ଫ ଷ୍ଟାଡିୟମରେ ଖେଳାଯାଉଥିବା ହକି ଇଣ୍ଡିଆ ଲିଗରେ ରାଞ୍ଚି ରୟକୁ ଜେପି ପଞ୍ଜାବ ୱାରିଅର ହରାଇଦେଇଛି । ପଞ୍ଜାବ ୱାରିଅର ୭-୦ ଗୋଲରେ ରାଞ୍ଚି ରୟକୁ ପରାସ୍ତ କରିଛି । ଏହି ସିଜିନରେ ଜେପି ପଞ୍ଜାବ ୱାରିଅର ଏହା ହେଉଛି ପ୍ରଥମ ବିଜୟ। ଜେପି ପଞ୍ଜାବ ୱାରିଅର ୫ଟି ପଏଣ୍ଟ ପାଇଂ ପଞ୍ଚମ ତାଲିକାରେ ରହିଥିବାବେଳେ ରାଞ୍ଚି ରୟ ୧୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ୧୭ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ମୁମ୍ୱାଇ ରହିଥିବା ବେଳେ କଳିଙ୍ଗ ଲାନ୍ସର୍ସ ୧୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୱେଭ୍ ରାଇଡର୍ସ ୪ ପଏଣ୍ଟ ପାଇଁ ଷଷ୍ଠରେ ନିଜର ଜାଗା ଅଧିକାର କରିଛି ।