ଓଡ଼ିଶାକୁ ୫୩ ପଦକ ମିଳିଛି ଜାତୀୟ କିକ୍ ବକ୍ସିଂରେ

ଓଡ଼ିଶାକୁ ୫୩ ପଦକ ମିଳିଛି ଜାତୀୟ କିକ୍ ବକ୍ସିଂରେ

ଭୁବନେଶ୍ୱର ୨୬/୧ : ଦିଲ୍ଲୀର  ତାଲକୋଟରା ଷ୍ଟାଡିୟମ୍ଠାରେ ଅୟୋଜିତ ହୋଇଥିବା ଜାତୀୟ ଶିଶୁ, କନିଷ୍ଠ ଓ ବରିଷ୍ଠ କକ୍ ବକ୍ସିଂ ପ୍ରତିଯୋଗତାରେ ଓଡ଼ିଶାକୁ ୫୩ ପଦକ ମିଳିଛି। ଏଥିରେ ସମଗ୍ର ଦେଶରୁ ୧୮୭୫ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୬୮ଜଣ ପ୍ରତିଯୋଗୀ ଏବଂ ୯ ଜଣ ଅଧିକାରୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା  ଷଷ୍ଠ ସ୍ଥାନ ପାଇଥିଲା। ୫୩ ପଦକ ମଧ୍ୟରେ ୧୫ ସ୍ୱର୍ଣ୍ଣ, ୧୬ ରୌପ୍ୟ ଏବଂ ୨୨ କାଂସ୍ୟ ପଦକ ରହିଛି ।