ଜାତୀୟ ସବଜୁନିୟର ବାଳିକା ହକି

ଜାତୀୟ ସବଜୁନିୟର ବାଳିକା ହକି

କଟକ  ୧୬/୧: ତାମିଲନାଡୁର ରାମନାଥପୁରମଠାରେ ଚାଲିଥିବା ୭ମ ହକି ଜାତୀୟ ସବ୍ଜୁନିୟର ବାଳିକା ହକି ପ୍ରତିଯୋଗିତାରେ ଓଡିଶା କ୍ରମାଗତ ଭାବେ ୩ୟ ଥର ବିଜୟ ହାସଲ କରିଛି । ରବିବାର ଦିନ ଖେଳାଯାଇଥିବା ପୁଲ ବି ର ଲିଗ୍ ମ୍ୟାଚରେ ଘରୋଇ ଦଳ ତାମିଲନାଡୁକୁ ୩-୦ ଗୋଲରେ ଓଡିଶା ପରାସ କରିଛି ।

ମ୍ୟାଚ୍ର ୧୩ ମିନିଟ୍ରେ ନେହା ଲାକ୍ରା, ୨୧ ମିନିଟ୍ରେ ଅବିଂଶିମୁକ୍ତି ସୁରେନ୍ ଓ ୬୪ ମିନିଟ୍ରେ ବିମଳା ବରୁଓ୍ଵା ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ଜିତାଇଥିଲେ।ଓଡ଼ିଶା ତା’ର ଶେଷ ଲିଗ୍ ମ୍ୟାଚରେ ବିହାରକୁ ଭେଟିବ।