କବାଡି ବିଶ୍ୱକପ୍ରେ ଭାରତ ବିଜୟୀ

 କବାଡି ବିଶ୍ୱକପ୍ରେ ଭାରତ ବିଜୟୀ

ଅହମ୍ମଦାବାଦ,୨୪/୧୦ ; ଆନ୍ତର୍ଜାତୀୟ କବାଡ଼ି ବିଶ୍ୱକପ୍ରେ ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି ଭାରତ । ଅହମ୍ମଦାବାଦଠାରେ ଚାଲିଥିବା ଆଜି ଆୟୋଜିତ ଫାଇନାଲ ମ୍ୟାଚ୍ରେ ଇରାନ୍କୁ ୩୮-୨୯ରେ ଭାରତ ପରାସ୍ତ କରି ବିଜୟ ହାସଲ କରିଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ଅଜୟ ଠାକୁର। ସେ ୧୨ ପଏଣ୍ଟ ପାଇଥିଲେ।

ଗତକାଲି ପ୍ରଥମ ସେମି ଫାଇନାଲ୍ରେ ଦକ୍ଷିଣ କୋରିଆକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା ଇରାନ। 

ଭାରତ ୨୦୦୪ ଓ ୨୦୦୭ ବିଶ୍ୱକପ୍ କବାଡି ଚାମ୍ପିଅନ୍ ହୋଇଥିଲା।