ବାରବାଟୀରେ ଦିନିକିଆ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ବାରବାଟୀରେ ଦିନିକିଆ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର  ୧୭/୧: ଜାନୂଆରୀ ୧୯ତାରିଖରେ କଟକ ବାରବାଟୀରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ ମ୍ୟାଚ।ଏଥିପାଇଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱରେ ୨୦ରୁ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି।ଖେଳାଳିଙ୍କ ଯିବାଆସିବା ରାସ୍ତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହିତ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।