ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ଆସନ୍ତାକାଲି ଚୀନକୁ ଭେଟିବ ଭାରତ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି: ଆସନ୍ତାକାଲି ଚୀନକୁ ଭେଟିବ ଭାରତ

କ୍ୱାଣ୍ଟନ୍:୨୪/୧୦ ; ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଆସନ୍ତାକାଲି ଭାରିୀୟ ଦଳ ଚୀନକୁ ଭେଟିବ । ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଏଯାବତ ଭାରତର ପ୍ରଦର୍ଶନ ଭଲ ରହିଛି। ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନ ଓ ଜାପାନକୁ ପରାସ୍ତ କରିଥିବା ବେଳେ ଦକ୍ଷିଣ କୋରିଆ ସହିତ ମ୍ୟାଚ୍ ଡ୍ର’ ରଖିଥିଲା। ଶନିବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର ରହିଥିଲା।

ଗତକାଲି ଭାରତ ୩-୨ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଜାପାନକୁ ୧୦-୨ରେ ହରାଇଥିଲା।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ୍ ହୋଇଥିଲା ଭାରତ।