ଓଡ଼ିଶା ଦଳ କଳିଙ୍ଗ ଲାନ୍‌ସର୍ସର ଭାଗ୍ୟ ପରୀକ୍ଷା ଆଜି

ଓଡ଼ିଶା ଦଳ କଳିଙ୍ଗ ଲାନ୍‌ସର୍ସର ଭାଗ୍ୟ ପରୀକ୍ଷା ଆଜି

ଚଣ୍ଡୀଗଡ଼, ଫେବୃଆରୀ୧୮: ଆଜି ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଦଳ କଳିଙ୍ଗ ଲାନ୍‌ସର୍ସର ଭାଗ୍ୟ ପରୀକ୍ଷା ହେବ । ଆଗରେ ରହିଛି ଗତବର୍ଷର ବିଜେତା ଜେପି ଓ୍ଵାରିୟର୍ସ ପଞ୍ଜାବ । ସେମିଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିବା ପାଇଁ କଳିଙ୍ଗ ଲାନ୍‌ସର୍ସକୁ ଏହି ମ୍ୟାଚ୍‌ରେ ବିଜୟ ଅବଶ୍ୟକତା, ୨ ପଏଣ୍ଟ୍‌ ପକେଟସ୍ଥ କରିପାରିଲେ ସୁଯୋଗ କାଏମ ରହିବ । ଆଜିର ମ୍ୟାଚ୍‌ ଉଭୟ କଳିଙ୍ଗ ଲାନ୍‌ସର୍ସ ଏବଂ ଜେପି ଓ୍ଵାରିୟର୍ସ ପଞ୍ଜାବ ପାଇଁ କର ବା ମର ଭଳି ହୋଇଛି ।  ଏହା ଶେଷ ଲିଗ୍‌ ହୋଇଥିବାରୁ ଅନ୍ୟ ମ୍ୟାଚ୍‌ର ଫଳାଫଳ ପର୍ଯ୍ୟନ୍ତ ଭାଗ୍ୟ ଝୁଲି ରହିବ ।

କଳିଙ୍ଗ ଲାନ୍‌ସର୍ସ ଘରୋଇ ପରିବେଶରେ ଫେବ୍ରୁଆରି ୩ ତାରିଖରେ ଜେପି ଓ୍ଵାରିୟର୍ସ ପଞ୍ଜାବ ସହିତ ଖେଳାଯାଇଥିବା ଲିଗ୍‌ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ କଳିଙ୍ଗ ରୋମାଞ୍ଚକ ଭାବେ ୬-୫ରେ ଜିତିଥିଲା । ଏହି ବିଜୟରୁ ଆତ୍ମବିଶ୍ୱାସ ପାଇଥିବା କଳିଙ୍ଗ ଆଜି ଦୋହରାଇବ । ଗତବର୍ଷର ବିଜେତା ଜେପି ଓ୍ଵାରିୟର୍ସ ପଞ୍ଜାବକୁ ଦିଲ୍ଲୀ ଓ୍ଵେଭ୍‌ ରାଇଡର୍ସ ୬-୧ରେ ହରାଇ ଦେଇଥିବାରୁ ଏହା  ମାର୍କ ନଲେସ୍‌ଙ୍କ ଦଳ ଉପରେ ଚାପ ବଢ଼ାଇଛି । ଲାନ୍‌ସର୍ସ ଜିତିଗଲେ ସେମିଫାଇନାଲ୍‌କୁ ପକ୍କା କରିନେବ। ଜେପି ଓ୍ଵାରିୟର୍ସ ପଞ୍ଜାବ ଫେବ୍ରୁଆରି ୩ ତାରିଖରେ ଖେଳାଯାଇଥିବା ଲିଗ୍‌ର ପ୍ରତିଶୋଧ ନେବାକୁ ଚାହିଁବ।