ପଞ୍ଜାବକୁ ହରାଇ କଳିଙ୍ଗ ଲାନ୍‌ସର୍ସ ବୀର ସେମିରେ

ପଞ୍ଜାବକୁ ହରାଇ କଳିଙ୍ଗ ଲାନ୍‌ସର୍ସ ବୀର ସେମିରେ

ଚଣ୍ଡୀଗଡ଼, ଫେବୃଆରୀ ୧୯: ଓଡ଼ିଶା ଦଳ କଳିଙ୍ଗ ଲାନ୍‌ସର୍ସ ହକି ଇଣ୍ଡିଆ ଲିଗ୍‌ ରେ ଚମତ୍କାର ଭାବେ ଗତବର୍ଷର ବିଜେତା ଜେପି ଓ୍ଵାରିୟର୍ସ ପଞ୍ଜାବକୁ ୭-୦ରେ ପରାସ୍ତ କରି ପଞ୍ଚମ ସଂସ୍କରଣର ସେମିଫାଇନାଲରେ ପଵେଶ କରିଛି । ୨ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରି ଲାନ୍‌ସର୍ସ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଏହି ଯୋଗ୍ୟତା ଅର୍ଜନ କରିଥିବାବେଳେ ପ୍ରଥମ ଦଳ ଭାବେ ଦବଙ୍ଗ ମୁମ୍ବାଇ ପୂର୍ବରୁ ପ୍ରଥମ ଥର ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି ।  କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ୍‌ରେ ୫ ବିଜୟ, ୧ ଡ୍ର ଏବଂ ୪ ପରାଜୟ ସହିତ ୨୮ ପଏଣ୍ଟ୍‌ ପାଇ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । କଳିଙ୍ଗ ଦଳ ମଧ୍ୟ ଲଗାତାର ଦ୍ୱିତୀୟ ବର୍ଷ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟେତା ଅର୍ଜନ କରିଛି। ଶନିବାରର ମ୍ୟାଚ୍‌ ଉଭୟ କଳିଙ୍ଗ ଲାନ୍‌ସର୍ସ ଏବଂ ଜେପି ଓ୍ଵାରିୟର୍ସ ପଞ୍ଜାବ ପାଇଁ କର ଅବା ମର ଭଳି ଥିଲା ।

ଏହି ବିଜୟ ସହିତ ଲାନ୍‌ସର୍ସ ମଧ୍ୟ ଗତବର୍ଷ ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ଯୁଗଳ ବିଜୟେରେ ନେଇଥିଲା । ମ୍ୟାଚ୍‌ ଆରମ୍ଭରୁ ଘରୋଇ ପଞ୍ଜାବ ଉପରେ ହାବି ପଡ଼ିଥିଲେ କଳିଙ୍ଗ ଲାନ୍‌ସର୍ସ । ଏପରିକି ପଞ୍ଜାବୀ ତାରକାଙ୍କୁ ନେଇ ଗଠିତ କଳିଙ୍ଗ ବାହିନୀ ଘରୋଇ ପଞ୍ଜାବ ଓ୍ଵାରିୟର୍ସକୁ ହରାଇବାର ମୁହୂର୍ତ ଦେଖିବାକୁ ପଡ଼ିଥିଲା ।