୪୮ ଦଳକୁ ବିଶ୍ୱକପ୍ରେ ଫିଫାର ଅନୁମୋଦନ

୪୮ ଦଳକୁ ବିଶ୍ୱକପ୍ରେ ଫିଫାର ଅନୁମୋଦନ

ଜୁରିକ୍ ୧୧/୧: ଆଗାମୀ ୨୦୨୬ ବିଶ୍ୱକପ୍ ୪୮ ଦଳ ବିଶିଷ୍ଟ ହେବ ବୋଲି ଫିଫା ସ୍ପଷ୍ଟ କରିଛି। ଏବେ ୩୨ ଦଳକୁ ନେଇ ବିଶ୍ୱକପ୍ ଆୟୋଜନ ହେଉଥିଲା ବେଳେ ଏହି ସଂଖ୍ୟାକୁ ୪୮କୁ ବୃଦ୍ଧି ପାଇଁ ଇନ୍ଫାଣ୍ଟିନୋ ପ୍ରସ୍ତାବ ଦେଇଥିଲେ। ପ୍ରଥମେ ୪୦ ଦଳୀୟ ବିଶ୍ୱକପ୍ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ପରେ ଏଥିରେ ଆଉ ୮ ଦଳ ଯୋଡ଼ିଥିଲା। ଏହା କରିବା ପାଇଁ  ସେ ମଧ୍ୟ ପ୍ରତିଶୃତି ରଖିଥିଲେ।