ଜାପାନୀ ଜ୍ୱର ଟିକାକରଣ : ୧୦ ଦିନରେ ୧.୩୮ ଲକ୍ଷ ପିଲା ନେଲେଣି

ଜାପାନୀ ଜ୍ୱର ଟିକାକରଣ : ୧୦ ଦିନରେ ୧.୩୮ ଲକ୍ଷ ପିଲା ନେଲେଣି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ପରେ ଏବେ ଚାଲିଛି ପ୍ରତିଷେଧକ ଟିକା ପ୍ରଦାନ କାର୍ୟ୍ୟକ୍ରମ। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମରେ ଏବେ ସୁଦ୍ଧା  ୧ ଲକ୍ଷ ୩୮ ହଜାର ୩୧୯ ଜଣ ଶିଶୁଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ଦୁର୍ଗମ ଅଞ୍ଚଳର ସ୍କୁଲଗୁଡ଼ିକରେ ବର୍ତ୍ତମାନ ଟିକାକରଣ ଚାଲିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ତ ସ୍କୁଲରେ ଏହା ସଂପନ୍ନ  ହେବ ବୋଲି ଜଣାପଡ଼ିିଛି।  

ତାପରେ ଗ୍ରାମାଞ୍ଚଳରେ ରହିଥିବା ଶିଶୁମାନଙ୍କୁ ଟିକା ଦିଆଯିବ। ପୁଣି ଯେଉଁ ପିଲାମାନେ ଏହା ଭିତରେ ସ୍କୁଲରେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରି ଟିକା ଦିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଏଥିପାଇଁ ଜିଲ୍ଲାରେ ମୋଟ ୨ ଲକ୍ଷ ୧୮ ହଜାର ୨୭ ଜଣ ଶିଶୁଙ୍କ ନାମ ପଞ୍ଜୀକରଣ କରାଯାଇଛି।