ଅଧିକ ଲୁଣ ଖାଇବା ଯୋଗୁଁ ଉଚ୍ଚ ରକ୍ତଚାପରେ ପିଡିତ୍ ହୋଇପାରନ୍ତି

ଅଧିକ ଲୁଣ ଖାଇବା ଯୋଗୁଁ ଉଚ୍ଚ ରକ୍ତଚାପରେ ପିଡିତ୍ ହୋଇପାରନ୍ତି

ଲୁଣ ଖାଇବାରେ ଭାରତୀୟମାନେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛନ୍ତି ବୋଲି ଜଣାପଡ଼ିଛି । କିନ୍ତୁ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କେତେ ପରିମାଣର ଲୁଣ ଖିଆଯାଉଛି ଜଣା ନ ପଡ଼ିଥିଲେ ବି ଲୋକେ ଲୁଣ ଖାଇବା ସୀମିତ ରଖିବାକୁ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି । ପ୍ରତି ୩ ଜଣ ବୟସ୍କ ଭାରତୀୟଙ୍କ ମଧ୍ୟରେ ଜଣେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ।
 
ଭାରତରେ ରକ୍ତଚାପ ରୋଗୀଙ୍କ ସଂଖ୍ୟା ଶତକଡ଼ା ୨୬ ଭାଗ। ରକ୍ତଚାପ ହିଁ ମୃତ୍ୟୁ, ଷ୍ଟ୍ରୋକ୍‌, ମାୟୋକାର୍ଡିଆଲ୍‌ ଇନ୍‌ଫ୍ରାକ୍‌ସନ୍‌, କଞ୍ଜେଟିଭ୍‌ ହାର୍ଟ ଫେଲ୍ୟୁଅର୍‌ ଏବଂ କ୍ରୋନିକ୍‌ ରେନାଲ୍‌ ଇମ୍ପେୟାର୍‌ମେଣ୍ଟ୍‌ ଆଦି ରୋଗର ମୁଖ୍ୟ କାରଣ। ତେଣୁ, ଭାରତରେ ଲୁଣ ଖାଇବା କମ୍‌ କରାଯିବା ଉଚିତ ବୋଲି ଡାକ୍ତରମାନଙ୍କ ମତ ।