ଆମାଜନ୍କୁ ସୁଷମାଙ୍କ ଚେତାବନୀ

ଆମାଜନ୍କୁ ସୁଷମାଙ୍କ ଚେତାବନୀ

ନୂଆଦିଲ୍ଲୀ  ୧୨/୧: ଭାରତର ଜାତୀୟ ପତାକାକୁ ପାପୋଛ ରୂପରେ ବିକ୍ରୀ କର ଆମାଜନ ଭାରତର ଜାତୀୟ ପତାକାକୁ ଅପମାନ କରିଥିବାରୁ ଭାରତ କଡ଼ା ପ୍ରତିବାଦ ଜଣାଇଛି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଆମାଜନକୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କହିଛନ୍ତି। ଏହା ସହିତ ବଜାରରୁ ଏହି ପାପୋଛଗୁଡ଼ିକୁ ତୁରନ୍ତ ହଟାଇ ନେବାକୁ ମଧ୍ୟ ସୁଷମା ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଭାରତର ଏହି ପ୍ରସ୍ତାବକୁ ଗ୍ରହଣ ନକଲେ ଆମାଜନ ଅଧିକାରୀମାନଙ୍କ  ଭିସା  ରଦ୍ଦ କରିଦିଆଯିବ ବୋଲି ସୁଷମା ଟ୍ଵିଟ୍ କରିି ସତର୍କ କରାଇ ଦେଇଛନ୍ତି।