ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ

ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ

କୋଣାର୍କ :୨୪/୧୦ ;  ଗତକାଲି ଅପରାହ୍ନରେ ଚନ୍ଦ୍ରଭାଗାରେ ଭାସିଯାଇ ଜଣେ ପର୍ଯ୍ୟଟକ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ସେ ହେଉଛନ୍ତି କର୍ଣ୍ଣାଟକରୁ ବୁଲି ଆସିଥିବା ଛାତ୍ରୀ ମାସନା ନିଲଙ୍ଗା ଶଙ୍କରାଚାର୍ୟ୍ୟ (୨୨) । ତାଙ୍କୁ ଉଦ୍ଧାର କରିବାକୁ ଯାଇ  ସହଯୋଗୀ ଛାତ୍ର ଯୋଗେଶ ଗୁରୁତର ଆହତ ହୋଇଛନ୍ତି।
 
ସୂଚନାନୁଯାୟୀ, ଭୁବନେଶ୍ୱରରେ ଏକ ତାଲିମ କାର୍ୟ୍ୟକ୍ରମରେ ଯୋଗ ଦେବାକୁ କର୍ଣ୍ଣାଟକରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଝିଅ ଓ ୨ ଜଣ ପୁଅ କୋଣାର୍କ ପରିଦର୍ଶନରେ ଆସି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଚନ୍ଦ୍ରଭାଗା ସମୁଦ୍ରରେ ସ୍ନାନ କରୁଥିଲେ। ଏହି ସମୟରେ ମାସନା ଜୁଆରରେ ଭାସି ଯାଇଥିଲେ। ଅନ୍ୟ ଛାତ୍ରଛାତ୍ରୀଙ୍କ  ପାଟି ଶୁଣି ନୋଳିଆସାହିର  ଲାଇଫ୍ ଗାର୍ଡ ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରି କୋଣାର୍କ ଡାକ୍ତରଖାନାରେ ଭର୍ତି କରିଥିଲେ।

ମାତ୍ର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ମାସନାଙ୍କର ମୃତ୍ୟୁ ହୋଇ ସାରିଥିଲା।