ନିର୍ବାଚନ ପୂର୍ବରୁ ମାଓ ଧମକ ପ୍ରାର୍ଥୀ ହେଲେ ମୃତ୍ୟୁଦଣ୍ଡ, ଭୋଟ୍ ଦେଲେ ଅଙ୍ଗୁଳି କାଟ୍,

ନିର୍ବାଚନ ପୂର୍ବରୁ ମାଓ ଧମକ ପ୍ରାର୍ଥୀ ହେଲେ ମୃତ୍ୟୁଦଣ୍ଡ, ଭୋଟ୍ ଦେଲେ ଅଙ୍ଗୁଳି କାଟ୍,

ମାଲକାନଗିରି ୧୧/୧: ନିବାଚନ ପାଖେଇ ଆସିଲେ ମାଓବାଦୀକଂ ଆତକଂ ଦେଖାଯାଉଛି ମାଲକାନଗିରିରେ । ମାଓବାଦୀମନେ ଭୋଟ ବର୍ଜନ ଚେତାବନୀ ସହ ନିଜେ ପ୍ରାର୍ଥୀ ଦେଇ ନିର୍ଦ୍ୱନ୍ଦ୍ୱରେ ଜିତାଇବାକୁ ଚାପ ପକାନ୍ତି। ଏଥର ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ  ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ପ୍ରର୍ଥୀ ହେଲେ ମୃତ୍ୟୁଦଣ୍ଡ ଏବଂ ଭୋଟ ଦେଲେ ଅଙ୍ଗୁଳି କାଟ ପାଇଁ ଧମକ ଦିଆଯାଇଛି।

ନିର୍ଦେଶ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା ଅଞ୍ଚଳରେ ପୋଷ୍ଟର ମାରି ମାଓ ସଂଗଠନ ଚେତାବାନୀ ଦେଇଛନି। ଏଥିସହ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଜାମେଳି କରି ଜନ ସମର୍ଥନ ଯୋଗାଡ଼ କରି ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ କୁହାଯାଉଛି।