କିମିଆ କଲା ‘ମାନବ’ ରୋବୋଟ୍

କିମିଆ କଲା ‘ମାନବ’ ରୋବୋଟ୍

ରାଉରକେଲା ୫/୧୧ : ପ୍ରଥମ ଥ୍ରୀ-ଡି ପ୍ରିଣ୍ଟେଡ୍ ରୋବୋଟ୍ର ନୃତ୍ୟ ହଜାର ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବିମୋହିତ କରିଛି। ଏହି ରୋବୋଟ୍ ଗୋଟିଏ ଇଂରାଜି ଓ ହିନ୍ଦୀ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲା। ନୃତ୍ୟ ସମସ୍ତଙ୍କ ମନମୋହି ନେଇଥିବାରୁ ବାରମ୍ବାର ଅନୁରୋଧ ପରେ ପୁଣି ନୃତ୍ୟ କରି ସମସ୍ତ ଅଭିଭୂତ କରିଦେଇଥିଲା। ପୂର୍ବଭାରତର ଦ୍ୱିତୀୟ ସର୍ବଶ୍ରେଷ୍ଠ ବୈଷୟିକ ଉତ୍ସବ ‘ଇନୋଭିଜନ୍’ର ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠିତ ଏହି ରୋବୋଟ ଡ୍ୟାନ୍ସକୁ ଏ-ସେଟ୍ ଟ୍ରେନିଂ ଏଣ୍ଡ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ରାହୁଲ ସିଂହ ପରିଚାଳନା କରିଥିଲେ।ଏହାକୁ ଉଦ୍ଘାଟନ କରିଥିଲେ ରାକେଶ ସିଦାନା ।
 ଏହି ବୈଷୟିକ ଉତ୍ସବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟର ପ୍ରାୟ୧୩ ଶହରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଦୁଇ ଦିନରେ ୨୧ଟି ପ୍ରଦର୍ଶନୀ, ୧୦ଟି କର୍ମଶାଳା ଓ ୫୦ଟି ଇଭେଣ୍ଟ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ସଂଧ୍ୟାରେ ଇଷ୍ଟ୍ ଇଣ୍ଡିଆ କମେଡିର ପ୍ରତିଷ୍ଠିତ ହାସ୍ୟାଭିନେତା କୁନାଲ ରାଓଙ୍କ ହାସ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। କାର୍ୟ୍ୟକ୍ରମ ପରିଚାଳନାରେ ନିର୍ଦ୍ଦେଶକଙ୍କ ପ୍ରତିନିଧି ମୋହିତ ଗୁପ୍ତା, ଡିନ୍ ପ୍ରତିନିଧି ଅନୂପ ମିତ୍ତଲ, ସଂଯୋଜକ ରଜନୀଶ ରେଡ୍ଡୀ, ସତ୍ୟରୂପ ପଟ୍ଟନାୟକ, ରିପୁଞ୍ଜୟ ଦାସ, ଅମନ ଲାକ୍ରା, ସମ୍ବିତ ସୁରଂଜନ, ଅଭିଜିତ ନାୟାର, ବଟକୃଷ୍ଣ ଗିରି ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।