ପୁଣି ଖୋଲିଲେ କଳା ଓଢଣି

ପୁଣି ଖୋଲିଲେ କଳା ଓଢଣି

ମାଲକାନଗିରି : ମୁଖ୍ୟମନ୍ତ୍ରୀଙ୍କ ପିଛା ଛାଡୁନି କଳା ଓଢଣି ବିବାଦ। ସୁନ୍ଦରଗଡ ଓ ଜୟପୁର ପରେ ମାଲକାନଗିରିରେ ଅନୁରୂପ ବିବାଦ ଠିଆ ହୋଇଛି।

ବିରୋଧୀଙ୍କ ହୋହଲ୍ଲା ସତ୍ୱେ ସରକାରୀ ଦଳ ଏବଂ ପୁଲିସର ଆଚରଣରେ କୌଣସି ପରିବର୍ତନ ହୋଇ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ସଭାକୁ ଆସିଥିବା ଶହ ଶହ ଲୋକଙ୍କୁ ପୁଲିସ ସୁରକ୍ଷା ନାମରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ଆଉ ଯାଞ୍ଚ ବେଳେ ଯେକେହି ବି କଳା ରଙ୍ଗର ପୋଷାକ ପିନ୍ଧିଥିଲେ ତାଙ୍କୁ ସଭା ଠାରୁ ଦୂରରେ ରଖାଗଲା।

ଏପରିକି ଶୀତ ପାଇଁ ଲୋକେ ପିନ୍ଧିଥିବା କଳା କୋଟକୁ ବି ଓହ୍ଲାଇ ରଖାଗଲା।