ଫେବୃଆରୀ-ମାର୍ଚ୍ଚରେ ୫ ରାଜ୍ୟ ବିଧାନସଭା ନିର୍ବାଚନ

ଫେବୃଆରୀ-ମାର୍ଚ୍ଚରେ ୫ ରାଜ୍ୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ, ୨୪/୧୦ ; କାର୍ୟ୍ୟସୂଚୀ ଅନୁଯାୟୀ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାନେଇ ନିର୍ବାଚନ ଆୟୋଗ ଦିନ ଧାର୍ଯ୍ୟ କରିଛନ୍ତି  । ଏଥିନେଇ ଫେବୃଆରୀ କିମ୍ବା ମାର୍ଚ୍ଚରେ ବିଧାନସଭା ନିର୍ବାଚନ କରାଯିବାର ନିଷ୍ନତି ନିଆଯାଇଛି ।

 ମୁଖ୍ୟ ନିର୍ବାଚନ ଆୟୋଗ ନସୀମ ଜୟୀଦି କହିଛନ୍ତି ବିଧାନସଭା ନିର୍ବାଚନ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ପାଣିପାଗ  ସହିତ ସ୍କୁଲ ଓ କଲେଜର ପରୀକ୍ଷା କାର୍ୟ୍ୟସୂଚୀକୁ ଦୃଷ୍ଟି ଦିଆଯିବ । ଏହି ତିନିଟି ବିଷୟକୁ ଦୃଷ୍ଟିରେ ରଖି କେଉଁ ରାଜ୍ୟରେ କେତେ ପର୍ୟ୍ୟାୟରେ ନିର୍ବାଚନ ହେବ ତାର ଚୂଡାନ୍ତ ସୂଚୀ କରାଯିବ । ୫ଟି ଯାକ ରାଜ୍ୟ ନିର୍ବାଚନ ପାଇଁ ପ୍ରାୟ ଏକ ଲକ୍ଷ ସୁରକ୍ଷା କର୍ମୀ ଆବଶ୍ୟକ ହେବେ ।