ବଦଳିଲେ କୋରାପୁଟ ଜିଲ୍ଲାପାଳ

ବଦଳିଲେ କୋରାପୁଟ ଜିଲ୍ଲାପାଳ

 କୋରାପୁଟ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଅନୁମତିକୁ ନେଇ ଜିଲ୍ଲାପାଳ ଓ କିରାଣୀମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ବିବାଦ ଅତି ଉଗ୍ର ରୂପ ଧାରଣ କରିବା ପରେ କିରାଣୀଙ୍କୁ ନିଲମ୍ବିତ କରିଥିଲେ ଜିଲ୍ଲାପାଳ ଜୟ କୁମାର। ଏହାପରେ ଜିଲ୍ଲାର ଅମଲାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।ରାଜ୍ୟ ଅମଲା ସଂଘ ଜିଲ୍ଲା ସଂଘ ଏହାକୁ  ସମର୍ଥନ କରିଥିଲା । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ସଂଘ । ରାଜ୍ୟ ସରକାର ଶୁକ୍ରବାର କୋରାପୁଟ ଜିଲ୍ଲାପାଳଙ୍କୁ ବଦଳି କରିଦେଇଛନ୍ତି। ତାଙ୍କ ସ୍ଥାନରେ ବଲାଙ୍ଗୀର ପିଡି ଡିଆର୍‌ଡିଏ ଅନୁପମ ସାହାଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଛି। ଜୟ କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ନିଯୁକ୍ତି ଦିଆଯାଇଛି ।