ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଚାଳକ ମୃତ, ମହିଳା ଗୁରୁତର

ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଚାଳକ ମୃତ, ମହିଳା ଗୁରୁତର

କୋରାପୁଟ, ଫେବୃଆରୀ ୨୭: ମାଛକୁଣ୍ଡ ଥାନା ଆଲଙ୍ଗପଡା ଘାଟି ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣା ସ୍ଥଳରେ ଦୁଇ ବାଇକ ଚାଳକ ମୃତ୍ୟୁ ବରଣ କରିଥିବାବେଳେ ବାଇକ ପଛରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ଅରନା ଗ୍ରାମର ଶ୍ୟାମ କିର୍ଷାନୀ ଓ ପତ୍ନୀ ଭଗବତୀ କିର୍ଷାନୀ ଏକ ବାଇକରେ ମାଛକୁଣ୍ଡ ଯାଉଥିବା ସମୟରେ ଅପର ପକ୍ଷରୁ ଆସୁଥିବା ଚପାଡି ଗ୍ରାମର ଲଇଛନ ମୁଦୁଲୀଙ୍କ ମୋଟର ସାଇକଲ ସହ ଖୁବ ଜୋରରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଶ୍ୟାମ ଓ ଲଇଚନ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଶ୍ୟାମଙ୍କ ପତ୍ନୀ ଭଗବତୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଭଗବତୀଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲମତାପୁଟ ସ୍ଥିତ ଆଶା କୀରଣ ହସ୍ପିଟାଲକୁ ନେଇଥିଲେ । ଭଗବତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।