ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର, ଫେବୃୟାରୀ ୨୭: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ । ରାଜସ୍ୱ ଆୟ ୮୯ ହଜାର କୋଟିଟଙ୍କା ଥିବାବେଳେ ବଜେଟ ୧ଲକ୍ଷ କୋଟି ଟଙ୍କା ଟପିବାର ସମ୍ଭାବନା କରାଯାଇଛି । ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆନୁଷ୍ଠାନିକ ଭାବରେ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିବେ ।

ସୂଚନା ଅନୁସାରେ ୨୦୧୭-୧୮ ବର୍ଷ ପାଇଁ ବଜେଟକୁ ସମସ୍ତେ ଅପେକ୍ଷା କରିଥିବାବେଳେ ଏହି ବଜେଟରେ ସ୍ୱାସ୍ଥ୍ୟ, ଜଳ, ଶିକ୍ଷା ଇତ୍ୟାଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।
ରାଜ୍ୟ ସରକାର ୨୦୧୬-୧୭ରେ କେନ୍ଦ୍ରୀୟ ଅନୁଦାନ ୧୮ ହଜାର ୫୩୬କୋଟି ପାଇଥିବାବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୫ରୁ ୬ ପ୍ରତିଶତ ଅଧିକ ଅନୁଦାନ ପାଇବାର ଆକଳନ କରିଛି ରାଜ୍ୟ । ବିମୁଦ୍ରାକରଣ ପାଇଁ ରାଜ୍ୟର ନିଜସ୍ୱ ଟିକସ ୧୧ ପ୍ରତିଶତ ହ୍ରାସ ପାଇଥିବାବେଳେ ଚଳିତ ବର୍ଷ ବଜେଟ ଅନୁସାରେ ଟିକସ ଆୟ ଠିକ ଭାବରେ ହେବା ନେଇ ସନେ୍ଦହ ପ୍ରକାଶ କରିଛି ରାଜ୍ୟ ।