ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସ୍‌ମିଟ

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସ୍‌ମିଟ

ନୁଆଦିଲ୍ଲୀ, ଫେବୃଆରୀ ୨୪: ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ୍‌ମିଟ କରିଛନ୍ତି । ବିଗତ ଦିନ ତୁଳନାରେ ଓଡ଼ିଶାରେ ବିଜେପିର ସ୍ଥିତି ଦୃଢ଼ ହେବାରେ ଲାଗିଛି । ଓଡ଼ିଶାରେ ବିଜେପିର କିଛି ଚିହ୍ନ ନଥିବା ବେଳେ ଏବେ ଏହା ଏବେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି । ଯାହାକି ୮ ନଭେମ୍ୱର ପରେ ଏହା ବଦଳିଥିବା କହିଛନ୍ତି ଧର୍ମେନ୍ଦ୍ର । ଏଥିରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ଓଡ଼ିଶା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଏହା କେବଳ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଜନକଲ୍ୟାଣକାରୀ ତଥା ଗରିବଙ୍କ ପାଇଁ କରାଯାଇଥିବା ଯୋଜନା ଯୋଗୁଁ ହୋଇଥିବା କହିଛନ୍ତି ସେ । ଏହାଦ୍ୱାରା ପରମ୍ପରାଗତ କଂଗ୍ରେସ ପାର୍ଟିର ସଫାଇ ହୋଇଥିବା କହିଛନ୍ତି ସେ । ଗତଥର ବିଜେପି ଜିଲ୍ଲା ପରିଷଦ ଗଠନ କରିବାରେ ଖାତା ମଧ୍ୟ ଖୋଲି ନଥିଲା । ଯଦି ଦେଖାଯାଏ ତେବେ ୨୦୧୨ରେ ଶାସକ ବିଜେଡ଼ି ଦଳ ୨୮ଟି ସିଟ୍‌ ପାଇଥିବା ବେଳେ ଚଳିତ ବର୍ଷ ନିର୍ବାଚନରେ ୧୬ଟି ସିଟ୍‌ ହାସଲ କରିବାରେ ସଫଳ ହୋଇଛି । ସେହିପରି ଭାବେ କଂଗ୍ରେସ ଦୁଇଟି ସିଟ୍‌ ହାତେଇଥିବା ବେଳେ ଏଥର ତା’ର ହାତରେ ଲାଗିଛି ମାତ୍ର ଗୋଟିଏ ଜିଲ୍ଲା ପରିଷଦ ସିଟ୍‌ । ବିଜେପି ଚଳିତ ବର୍ଷ ୮ଟି ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଥିବା ବେଳେ ୫ଟି ଜିଲ୍ଲାର ଫଳାଫଳ ମିଳିବା ଏବେ ବି ଅସ୍ପଷ୍ଟ ହୋଇ ରହିଥିବା ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି ।