ମାଲକାନାଗିରିରେ ଦୀର୍ଘ ୧୫ ବର୍ଷ ପରେ ଭୋଟ

ମାଲକାନାଗିରିରେ ଦୀର୍ଘ ୧୫ ବର୍ଷ ପରେ ଭୋଟ

ମାଲକାନାଗିରି, ଫେବୃୟାରୀ ୧୯: ୧୫ ବର୍ଷ ପରେ ମାଲକାନାଗିରିର ଦୁଇଟିପଞ୍ଚାୟତରେ ନିର୍ବାଚନ ହୋଇଛି । ମାଓ ଭୟରେ ଏହି ସବୁ ସ୍ଥାନରେ ଭୋଟ ଗ୍ରହଣ ହୋଇପାରିନଥିଲା ।
ସୁଚନା ମୁତାବକ, ମାଲକାନାଗିରିର କାଲିମେଳା ବ୍ଲକ୍‌ର ମାରିଗାଟା, ବଡ଼ିଗାଟା ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଇଛି।
ପୂର୍ବରୁ ମାଓବାଦୀମାନେ ଲୋକମାନଙ୍କୁ ଭୋଟବର୍ଜନ କରିବାକୁ ନେଇ ଧମକ ତଥା ଡ଼ରାଇ ଆସିଛନ୍ତି । ଚଳିତ ବର୍ଷ ମଧ୍ୟ ଏପରି ଅବସ୍ଥା ଦେଖାଦେଇଛି ।