ମୋଦିଙ୍କ ମନ୍ତବ୍ୟକୁ ନେଇ ବିରୋଧି ଦଳର ନରସିଂହ ମିଶ୍ରଙ୍କ ଟାର୍ଗେଟ, 3ଟା ଯାଏଁ ଗୃହ ମୁଲତବୀ

ମୋଦିଙ୍କ ମନ୍ତବ୍ୟକୁ ନେଇ ବିରୋଧି ଦଳର ନରସିଂହ ମିଶ୍ରଙ୍କ ଟାର୍ଗେଟ, 3ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର, ଫେବୃୟାରୀ ୨୭: ମୋଦିଙ୍କ ୟୁପି ନିର୍ବାଚନ ସଭାରେ କରିଥିବା ଆକ୍ଷେପକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଆଜି ରାଜ୍ୟ ବିଧାନସଭା ଶୁନ୍ୟକାଳରେ ବିରୋଧି ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ହୋହାଲ୍ଲା କରିବା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ସୁଚନା ଯୋଗ୍ୟ ଯେ, ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନିରସିଂହ ମିଶ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶାକୁ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରିବା ବେଳେ ବିରୋଧୀଙ୍କ ସହ ଶାସକ ଦଳ ସ୍ୱର ମିଳାଇଥିଲେ । ବିରୋଧିଦଳ ନେତା ନରସିଂହ ମିଶ୍ର ମୋଦିଙ୍କ ପ୍ରସଙ୍ଗ ଉଠାଇଥିଲେ । ଏହା ସହ ମୋଦି ମନୋଭାବ ଗରିବ ବିରୋଧୀ କହି ଅଭିଯୋଗ ଆଣିଥିଲେ ନରସିଂହ । ସେ ମଧ୍ୟ ୩ ବର୍ଷ ପରେ କ’ଣ ମୋଦି ଜାଣିଲେ ଓଡ଼ିଶା ଗରିବ, ଯଦି ଓଡ଼ିଶା ଗରିବ, ତେବେ ଏଥିପାଇଁ ସେ ଧ୍ୟାନ କାହିଁକି ଦେଉନାହାଁନ୍ତି, ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ କରାଗଲା କାହିଁକି? ଯଦି ଓଡ଼ିଶା ଗରିବ, ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉନି କାହିଁକି ଏପରି ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ଗୃହରେ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ମଧ୍ୟ କହିଛନ୍ତି ।