ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରିରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି, ଫେବୃୟାରୀ ୨୭: ମାଓବାଦୀମାନେ ଛତିଶଗଡରେ ବନ୍ଦ ଡାକରା ଦେଇଛନ୍ତି । ଏନକାଉଂଟରରେ ନାରାୟଣପୁରରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ବନ୍ଦ ଫଳରେ ଛତିଶଗଡର ମାଓ ପ୍ରବଣ ଅଂଚଳରେ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖାଯାଇଛି ।
ସୂଚନା ଅନୁସାରେ ଗତକାଲି ଦଣ୍ଣର୍ପାଲିର ପାଲେନ ଠାରେ ମାଓବାଦୀମାନେ ଟ୍ରକ ପୋଡି ଦେଇଥିବା ଜଣାପଡିଛି । ଗତ ୨୫ତାରିଖରେ ତେଲେଙ୍ଗାନାରୁ ବିଜାପୁର ଆସୁଥିବା ଏକ ବସକୁ ମଧ୍ୟ ମାଓବାଦୀମାନେ ପୋଡି ଦେଇଥିବା ଦେଖାଯାଇଥିଲା ।