ବଦଳି ଆଦେଶ ପ୍ରତ୍ୟାହାର ଦାବିରେ କିରାଣୀଙ୍କ ଆନ୍ଦୋଳନ

 ବଦଳି ଆଦେଶ ପ୍ରତ୍ୟାହାର ଦାବିରେ କିରାଣୀଙ୍କ ଆନ୍ଦୋଳନ

କୋରାପୁଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ ନେଇ ସୃଷ୍ଟି ହୋଇଥିବା  ବିବାଦରେ କୋରାପୁଟ ଜିଲ୍ଲାପାଳ ୧୧ ଜଣ କିରାଣୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବଦଳି କରିଛନ୍ତି। ଏହାକୁ ବିରୋଧ କରିଛନ୍ତି ଜିଲ୍ଲାର ସମସ୍ତ କିରାଣୀ । ନିଷ୍ପତ୍ତିି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ଜିଲ୍ଲାପାଳ ନିଜ ଜିଦରେ ଅଟଳ ଥିବା ବେଳେ ଅମଲାମାନେ ଆନ୍ଦୋଳନ ଜାରି ରଖିଥିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
 
ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟଟକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋରାପୁଟର ବୋରିଗୁମ୍ମାରେ ଅବତରଣ ଅନୁମତି ଦେବା ପ୍ରସଂଗକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପ୍ରଥମେ ଜିଲ୍ଲାପାଳ ଏଭଳି ଅବତରଣକୁ ମନା କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହି ଅନୁମତି ସ୍ଥାନୀୟ ଏଡିଏମ୍‌ଙ୍କ ଦ୍ୱାରା ଦିଆଯାଇଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ଏଡିଏମଙ୍କୁ ସମସ୍ତ ସରକାରୀ କାର୍ଯ୍ୟରୁ ଅବ୍ୟାହତି ଦେବା ସହ ୧୧ଜଣ କିରାଣୀଙ୍କୁ ସସପେଣ୍ଡ କରିଥିଲେ କଲେକ୍ଟର ।