ବିଧାନସଭାରେ ପ୍ରଥମେ କୃଷି ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ

ବିଧାନସଭାରେ ପ୍ରଥମେ କୃଷି ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର, ଫେବୃଆରୀ ୨୭: ଆଜି ଅପରାହ୍ନରେ କୃଷି ମନ୍ତ୍ରୀ ପ୍ରଦୀପ ଅମାଥ ବେଜଟ ଉପସ୍ଥାପନ କରୁଛନ୍ତି । ତେବେ ପ୍ରଥମେ କୃଷି ବଜେଟକୁ ଉପସ୍ଥାପନ କରାଯାଇଛି । ଏହାପରେ ସାଧାରଣ ବଜେଟ ଉପସ୍ଥାପନ କରାଯାଉଛି । ତେବେ ମୋଟ ୧ ଲକ୍ଷ ୬ ହଜାର ୯୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ପାଇଁ ବଜେଟରେ ୧୪, ୯୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ମୋଟାମୋଟି ଭାବେ କୃଷି ବଜେଟକୁ ଯଦି ଦେଖାଯାଏ ତେବେ ପ୍ରଦୀପ ଅମାତ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ ଟନ୍‌ ହେବା ଆଶା କରାଯାଉଥିବା କହିଛନ୍ତି । ତେବେଉନ୍ନତ ବିହନ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ, ଚାଷୀଙ୍କୁ ସାର ଯୋଗାଣ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଦ୍ୟାନ କୃଷି, ଫୁଲଚାଷ ପାଇଁ ୧୦୨ କୋଟିର ବ୍ୟୟବରାଦ କରାଯାଇଛି। ଉଠା ଜଳ ସେଚନ ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ କୃଷକ ଯୋଜନା ପାଇଁ ୬୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେନାଲ ପୁନରୁଦ୍ଧାର ପାଇଁ ୨୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ହିରାକୁଦ ବନ୍ଧ ଏବଂ ଅତିରିକ୍ତ ସ୍ପିଲ ଓ୍ୱେ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ଏଥିରେ ମୋଟ ଖର୍ଚ୍ଚ ହେବ ୮୮୭ କୋଟି । ଚାଷିଙ୍କୁ ୫୦ ହଜାର ପର୍ୟ୍ୟନ୍ତ କୃଷି ଋଣ ପାଇଁ ୧% ସୁଧ ହାର ଯୋଗାଇ ଦିଆଯାଉଛି । ଏହାଛଡ଼ା ୫୦ ହଜାରରୁ ଅଧିକ ଋଣ ପାଇଁ ୨% ସୁଧରେ ଋଣ ଯୋଗାଇ ଦିଆଯିବାନେଇ ନିଷ୍ପତି ହୋଇଛି । ସେହିପରି ଶସ୍ୟବିମା ପାଇଁ ରାଜ୍ୟ ଅଂଶ ବାବଦ ୧୬୫ କୋଟିଳ,୫ ବର୍ଷରେ ମସ୍ୟ ଉତ୍ପାଦନ ୨ ଗୁଣ ପାଇଁ ମତ୍ସନୀତି ପ୍ରଣୟନ କରାଯିବା ନେଇ ଅମାତ ସୂଚନା ଦେଇଛନ୍ତି । ସମୁଦ୍ରରୁ ମାଛ ଧରା ନିଷେଧ ବେଳେ ମତ୍ସଜୀବିଙ୍କୁ ସହାୟତା ପାଇଁ ୧ କୋଟି ଏବଂ ୫୭ ଲକ୍ଷ କୃଷକ ପରିବାରର ସ୍ୱାସ୍ଥ୍ୟବୀମା ପାଇଁ ୮୮ କୋଟି ବ୍ୟୟବରାଦ ରଖାଯାଇଥିବା ଅମାତ ସୂଚନା ଦେଇଛନ୍ତି ।