ବରଗଡରେ ଚାଷୀ ଆତ୍ମହତ୍ୟା

ବରଗଡରେ ଚାଷୀ ଆତ୍ମହତ୍ୟା

ବରଗଡ, ଫେବୃଆରୀ ୨୮: ବରଗଡର ବୁର୍ଲାରେ ବିଷ ପିଇ ଗୁରୁତର ହୋଇଥିବା ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବରଗଡ କେନପାଲିର ଖଇନୁ ବଗର୍ତ୍ତୀ । ଅର୍ଥ ସମସ୍ୟା ହେତୁ ନିଜ ଚାଷ ଜମିର ଉପଯୁକ୍ତ ଯତ୍ନ  ନ ନେଇ ପାରବାରୁ ମାନସିକ ଭାରସାମ୍ୟ ହରାଇ ବରଗଡ଼ର ଖଇନୁ ବଗର୍ତ୍ତି(୫୭) ନାମକ ଜଣେ ଚାଷୀ ଗତ ରବିବାର ଦିନ ଖଇନୁ ବିଷ ପିଇ ଗୁରୁତର ହୋଇଥିଲେ । ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଆଜି ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଖଇନୁ ତାଙ୍କ ପରିବାର ଅନେକ ଦିନ ହେବ ଦାରିଦ୍ର୍ୟ ସହ ଲଢ଼େଇ କରି ଜିଇ ଆସୁଥିଲେ । ପାୟ ୨ ବର୍ଷ ହେଲା ବିଜୁ ଗଭୀର ନଳକୂପ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଁ ନିବେଦନ କରି ଆସୁଥିଲେ ବି ବିଦ୍ୟୁତ ବିଭାଗେ ପକ୍ଷରୁ କୌଣସି ସହଯୋଗ ମିଳି ନ ଥିଲା । ବିଦ୍ୟୁତ ଅଭାବରୁ ତାଙ୍କ ଚାଷ କାର୍ୟ୍ୟ ପ୍ରଭାବିତ ହୋଇଥିଲା । ଖଇନୁଙ୍କର ଚାଷରେ କ୍ଷତି ହୋଇଥିଲା । ଋଣ ଭାରରେ ବୁଡିଥିବାବେଲେ ଦାରିଦ୍ର୍ୟ ସାଙ୍ଗକୁ ଚାଷ ଉଜୁଡ଼ିବା ଦୁଃଖକୁ ସହ୍ୟ ନ କରି ପାରି ଖଇନୁ ଚଳିତ ମାସ ୨୬ ତାରିଖ ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ମେଡିକାଲରେ ଖଇନୁଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ଲୋକମାନେ କେନପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।