ରାଷ୍ଟ୍ରପତି  ଦୌଡ ରେ ଓଡିଶା ର  ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି  ଦୌଡ ରେ ଓଡିଶା ର  ଦ୍ରୌପଦୀ ମୁର୍ମୁ

ଓଡିଶା :ଝାଡଖଣ୍ଡ ରାଜ୍ୟପାଳ ତଥା ଓଡିଶା ମୟୁରଭଂଜ ଜିଲ୍ଲା ମୁଳବାସିନ୍ଦା ଦ୍ରୌପଦୀ ମୁର୍ମୁ ଏବେ ଚର୍ଚ୍ଚା ରେ । ଜାତୀୟ ଗଣମାଧ୍ୟମ ରେ ହେଉଥିବା ଚର୍ଚା ଅନୁସାରେ ଏଥର ୫ ଜଣ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ବୈଦେଶୀକ ବ୍ୟାପାରମନ୍ତ୍ରୀ ସୁଷମା ସ୍ୱରାଜ, ବାଚସ୍ପତି ସୁମିତ୍ରା ମହାଜନ ଙ୍କ ମଧ୍ୟରେ ଜଣେ ଓଡିୟା ଭାବରେ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଥିବା ବେଳେ କିଏ ହେବ ନୂଆ ରାଷ୍ଟ୍ରପତି ତାକୁ ନେଇ  ଆରମ୍ଭ ହୋଇଯାଇଛି ଅଙ୍କକଷା । ଓଡ଼ିଆଙ୍କୁ ପୂର୍ବରୁ ସର୍ବୋଚ୍ଚ ପଦବୀରେ ଏଭଳି ସୁଯୋଗ କେବେ ମିଳିନଥିବା ବେଳେ ଦ୍ରୌପଦୀଙ୍କୁ ନେଇ ଏହି ଚର୍ଚ୍ଚା ଓଡ଼ିଶାକୁ ଆଶାବାଦୀ କରିଦେଇଛି । କାହିଁକି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଫୋକସରେ ଏବେ ଓଡିଶା ରାଜ୍ୟ  ।ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ହେଇ ଦୌଡରେ ରହିଲେ ହୁଏତ ବିରୋଧୀ ଙ୍କ ସମର୍ଥନ ମଧ୍ୟ ହାସଲ ହୋଇପାରେ  ।