ଆଜି ବସିବ ଏସଆଇଟି ଓଡ଼ିଶା ସଂପର୍କିତ ବୈଠକ

ଆଜି ବସିବ ଏସଆଇଟି ଓଡ଼ିଶା ସଂପର୍କିତ ବୈଠକ

କଟକ: କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଏସ୍‌ଆଇଟି ଓଡ଼ିଶା ସମ୍ପର୍କିତ ବୈଠକ ବସିବ।ଏଥିରେ ଧଳସାମନ୍ତ ଦୁଇ ଭାଇଙ୍କ ଅର୍ଥନୈତିକ କାରବାର, ସମ୍‌ ହସ୍ପିଟାଲ, ସୁର ଓ ସାରଥୀଙ୍କ ବେଆଇନ୍‌ ଆର୍ଥିକ କାରବାର ସମ୍ପର୍କରେ ଆଲୋଚନା ହେବ। ସେହିପରି ଅନ୍ୟ ଚିଟ୍‌ଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା ହେବ। ବୈଠକରେ ସିବିଆଇ, କ୍ରାଇମବ୍ରାଞ୍ଚ, ସେଣ୍ଟ୍ରାଲ, ଏକ୍ସାଇଜ୍‌ ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ।