ପଂଚାୟତ ନିର୍ବାଚନ ଫଳାଫଳ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ପଂଚାୟତ ନିର୍ବାଚନ ଫଳାଫଳ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଫେବୃୟାରୀ ୨୭: ଚଳିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ପ୍ରଥମ ଥର ନିଜ ପ୍ରତିକ୍ରୀୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ନମ୍ୱର ଓ୍ୱାନ୍‌ ଦଳ ଭାବେ ବିଜେଡ଼ି ୫୬ ପ୍ରତିଶତ ଭୋଟ ପାଇଥିବା ଯୋଗୁଁ ଓଡ଼ିଶା ବାସୀଙ୍କୁ ନବୀନ ଧନ୍ୟବାଦ ଦେଇଛନ୍ତି ।
 
ରାଜ୍ୟ ଅନେକ ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । କିଛି ଜିଲ୍ଲାରେ ତାଙ୍କ ଦଳ ବିପକ୍ଷରେ ଭୋଟିଂ ହୋଇଥିବା ସ୍ୱୀକାର କରି ସେଠାରେ କାରଣ ବିଷୟରେ ଅତିଶିଘ୍ର ସମୀକ୍ଷା ହେବା କହିଛନ୍ତି ନବୀନ । ୨୦୧୯ରେ ତାଙ୍କ ଦଳ ପୁର୍ଣ୍ଣ ସଂଖ୍ୟା ଗରିଷ୍ଠତା ଆଣିବ । ତେଣୁ ସରକାର ଗଢିବା ଦୃଢ଼ ନିଶ୍ଚିତ ବୋଲି ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି ।
ଜନତା ଆମ ମଧ୍ୟରେ ସୁଧାର ଚାହୁଁଛନ୍ତି ତେଣୁ ସମସ୍ତ ଦୋଷ ଦୁବର୍ଳତାକୁ ସମୀକ୍ଷା କରି ଦଳ ଆଗକୁ ବଢିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।