ବସ୍ ଚଢ଼ିଗଲା ସ୍କୁଟି ଉପରେ: ୨ ମହିଳା ଗୁରୁତର

ବସ୍ ଚଢ଼ିଗଲା ସ୍କୁଟି ଉପରେ: ୨ ମହିଳା ଗୁରୁତର

ଗଜପତି , ଫେବୃୟାରୀ ୨୭: ଚନ୍ଦ୍ରଗିରି ମୁଖ୍ୟ ରାସ୍ତ ଠାରେ ଏକ ଘୋରଇ ବସ୍ ସହ ସ୍କୁଟିର ଧକ୍କା ହୋଇଥିଲେ । ସ୍କୁଟିରେ ଥିବା ୨ଜଣ ମହିଳା ଗୁରୁତ୍ୱର ଆହାତ ହୋଇ ଚନ୍ଦ୍ରଗିରି ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ଏମାନଙ୍କ ଅବସ୍ଥା ଗୁରୁତର ଥିବାରୁ ୨ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।
ସୁଚନା ଯୋଗ୍ୟ, ମଧ୍ୟାହ୍ନ ସମୟ ରେ ବ୍ରହ୍ମପୁର ଠାରୁ ଆର.ଉଦୟ ଗିରି ଯାଉଥିବା ମହାବୀର ନାମକ ଏକ ଘୋରଇ ବସ୍ (ଓଆର-୦୧ ଜେ-୫୭୭୭) ସହ ଚନ୍ଦ୍ରଗିରି ନିକଟସ୍ଥତ ପାଞ୍ଚଆମ୍ବ ଠାରେ ଥିବା ତିବ୍ଦତୀୟ ଆନୀ ମନ୍ଦିରକୁ ସ୍କୁଟି ଦ୍ୱାରା ଯାଉଥିବା ତିବ୍ଦତୀୟ ମହିଳା କୁନସାଙ୍ଗ ୱ୍ୟାଗମୋ (୨୧) ଏବଂ ସନମ୍ ଚୌଦାନ (୨୩)ଙ୍କ ସ୍କୁଟିଟି ଧକ୍କା ହୋଇଥିଲା । ଏଥିରେ ଏହି ୨ଜଣ ମହିଳା ତିବ୍ଦତୀୟ ଗୁରୁତ୍ୱର ଅବସ୍ଥାରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ୨ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଡାକ୍ତରଖାନାରେ ଏମାନଙ୍କ ଅବସ୍ଥାର ଉନ୍ନତି ନ ହେବାରୁ ଜରୁରୀ ଚିକିତ୍ସା ପାଇଁ ଦାୟୀତ୍ୱରେ ଥିବା ଡାକ୍ତର ଓମ୍ ପ୍ରକାଶ ପଣ୍ଡା ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ଏହି ଘଟଣା ନେଇ ମୋହନା ଥାନାରେ ଏକ ମକଦ୍ଦମା ରୁଜୁ ହୋଇଥିବା ସୂଚନା ମିଳିଛି ।