ଜୟପୁର ବସ୍‌ ଦୁର୍ଘଟଣାରେ ୨ ମୃତ

ଜୟପୁର ବସ୍‌ ଦୁର୍ଘଟଣାରେ ୨ ମୃତ

ଜୟପୁର, ଫେବୃଆରୀ ୨୪: ଜୟପୁର ବୈପାରିଗୁଡ଼ାର ବ୍ଲକ ଶିରିବେଡ଼ା ନିକଟରେ ଦିନ ପାଖାପାଖି ୧.୦୦ ସମୟରେ ଘୋଡ଼ା ଘାଟିରେ ଏକ ବସ୍‌ ଦୁର୍ଘଟଣା ଘଟି ୨ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୦ ଆହତ ହୋଇଛନ୍ତି । ତେବେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବୈପାରୀଗୁଡ଼ାର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସେମାନଙ୍କୁ ଜୟପୁର ଉପକଣ୍ଠ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୁଚନା ମୁତାବକ, ମାଲକାନାଗିରିର ପପଲୁରୁରୁ ଯାତ୍ରୀମାନେ ଗୁପ୍ତେଶ୍ୱର ବୁଲିବାକୁ ଯାଇଥିଲେ । ତେବେ ଗୁପ୍ତେଶ୍ୱର ଦର୍ଶନ ସାରି ଫେରିବା ବାଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ପ୍ରାୟ ୩୦ରୁ ଊର୍ଧ୍ୱ ଯାତ୍ରୀ ଯାତ୍ରା କରୁଥିଲେ ।