ଏନ୍‌ଡିଟିଭିରୁ ବରଖା ଦତ୍ତଙ୍କ ଇସ୍ତଫା

ଏନ୍‌ଡିଟିଭିରୁ ବରଖା ଦତ୍ତଙ୍କ ଇସ୍ତଫା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ବର୍‌ଖା ଦତ୍ତ ୨୧ ବର୍ଷ ଧରି ଏନ୍‌ଡିଟିଭିରେ କାମ କରିବା ପରେ ଶେଷରେ ରବିବାର ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଏହି ନିଷ୍ପତ୍ତି ସଂପର୍କରେ ସେ କହିଛନ୍ତି,  ‘ମୁଁ ୧୯୯୫ ମସିହାରେ ଶିକ୍ଷା ଶେଷ କରିବା ପରେ ଏନ୍‌ଡିଟିଭିରେ ଯୋଗ ଦେଇଥିଲି। ଏହିଠାରୁ ହିଁ ମୋର କ୍ୟାରିୟର ଶୁଭାରମ୍ଭ ହୋଇଥିଲା। ମୁଁ ଏନ୍‌ଡିଟିଭିରେ କନ୍‌ସଲଟିଙ୍ଗ୍‌ ଏଡିଟର ଭାବେ କାର୍ୟ୍ୟ କରୁଥିଲି। ଦୀର୍ଘ ୨୧ବର୍ଷ ଭିତରେ ମୁଁ ଏନ୍‌ଡିଟିଭିର ପ୍ରତ୍ୟେକ କର୍ମକର୍ତ୍ତାଙ୍କଠାରୁ  ଅନେକ କିଛି ଶିଖିବାକୁ ପାଇଛି।  

ଏନ୍‌ଡିଟିଭି ଯୋଗୁଁ ହିଁ ଭାରତ ତଥା ଭାରତ ବାହାରେ ନିଜର ପରିଚୟ ଗଢ଼ିବାରେ ସକ୍ଷମ ହୋଇଛି। ତେବେ ମୁଁ ଆଗକୁ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ମୋତେ ବହୁ ସମୟ ଦେବା ସହିତ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। ସେଥିପାଇଁ ମୁଁ ଏନ୍‌ଡିଟିଭିରୁ ଇସ୍ତଫା ଦେବା ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି।’