ଟ୍ରେନ୍‌ରେ କଟି ଚାହା ବିକାଳିଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ଚାହା ବିକାଳିଙ୍କ ମୃତ୍ୟୁ

ରାୟଗଡ଼ା, ଫେବୃଆରୀ ୨୩: ଆଜି ସକାଳେ ରାୟଗଡ଼ା ଷ୍ଟେସନରେ ଟ୍ରେନ୍‌ରେ କଟି ଜଣେ ଚାହା ବିକାଳିଙ୍କର ମୃତ୍ୟୁ ଘଟିଛି । ମୃତଙ୍କ ନାମ ପି ସଦାଶିବ, ତାଙ୍କ ଘର ଆନ୍ଧ୍ରପ୍ରଦେଶର ଅକାପଲ୍ଲୀ ଥାନା ଅଞ୍ଚଳରେ । ମାତ୍ର ଗତ ୩ ମାସ ହେବ ରାୟଗଡ଼ା ଗାନ୍ଧୀନଗର ୩ୟ ଲେନ୍‌ରେ ରହୁଥିଲେ ।
ସୂଚନାଯୋଗ୍ୟ, ସଦାଶିବ ଷ୍ଟେସନ୍‌ରେ ଚାହା ବିକ୍ରି କରନ୍ତି । ଆଜି ସକାଳ ୭ଟା ୨୫ ମିନିଟ୍‌ ସମୟରେ ଆସାନସୋଲ-ଚେନ୍ନାଇ ସୁପରଫାଷ୍ଟ ଟ୍ରେନ୍‌ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ସେ ଟ୍ରାକ୍‌ରେ ଖସିପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।