ଆନନ୍ଦପୁର ନିକଟରେ ଦୁଇଟି ସଡକ ଦୁର୍ଘଟଣାରେ, ୮ଆହାତ

ଆନନ୍ଦପୁର ନିକଟରେ ଦୁଇଟି ସଡକ ଦୁର୍ଘଟଣାରେ, ୮ଆହାତ

ଆନନ୍ଦପୁର, ଫେବୃୟାରୀ ୨୪: କେନ୍ଦୁଝର ଜିଲ୍ଲା ଗୋହିରା ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଆଜି ସକାଳେ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ୨୧୫ ନମ୍ବର ଜାତୀୟ ରାଜପଥର ସେଲଙ୍ଗ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି । ଆହାତ ହୋଇଥିବା ଯାତ୍ରୀ ମାନଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୋର୍ଦ୍ଧା ଜଟଣୀ ଅଞ୍ଚଳର ପରିବାର ଏକ କାରରେ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଏଥିରେ ଡ୍ରାଇଭର ସହିତ ୫ଜଣ ଆହତ ହୋଇଛନ୍ତି।

ଆଜି ସକାଳେ ଆନନ୍ଦପୁର ଘସିପୁରା ଥାନା ଅନ୍ତର୍ଗତ ତାଳଗାତୀରେ ହୋଇଥିବା ଅନ୍ୟ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳା ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଶ୍ରମିକ ଜଣକ ହେଉଛନ୍ତି ସଙ୍ଗିନୀ ଟୁଡ଼ୁ(୨୩ ବର୍ଷ) ଓ ତାଙ୍କ ଘର ଯୁଗୋଳକିଶୋରପୁର ବୋଳଇ ଜଣାପଡ଼ିଛି ।