ପୁରୀ ସମୁଦ୍ରରେ ବୁଡ଼ି ୧ ମୃତ

ପୁରୀ ସମୁଦ୍ରରେ ବୁଡ଼ି ୧ ମୃତ

ପୁରୀ, ଫେବୃଆରୀ ୨୬: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣଙ୍କର ମୃତ୍ୟୁ ସହିତ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମୃତକ ଜଣକ ହେଉଛନ୍ତି ପଶ୍ଚିମ ମେଦନାପୁରର ଦେବୀ ପ୍ରସାଦ ମିଶ୍ର(୩୫) । ଗୁରୁତର ଆହତ ମାନେ ହେଉଛନ୍ତି ଅର୍କ ଚକ୍ରବର୍ତ୍ତୀ, ମମତା ମିଶ୍ର ଓ ଲକ୍ଷ୍ମୀପ୍ରିୟା ନନ୍ଦୀ ।
 
ସୂଚନାଯୋଗ୍ୟ, ଆଜି ଦେବୀ, ଅର୍କ, ମମତା ଓ ଲକ୍ଷ୍ମୀପ୍ରିୟା ପୁରୀର ସିଗଲ୍‌ ହୋଟେଲ୍‌ ସାମ୍ନା ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍‌ ଢେଉ ମାଡ଼ି ଆସିଥିଲା । ସେମାନେ ବୁଡିଯାଉଥିବା ବେଳେ ଲାଇଫ୍‌ଗାର୍ଡ ସନ୍ତୋଷ ବେହେରା ଓ ନିହାର ବେହେରା ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଳୟରେ ଚିକିତ୍ସଧୀନ ଅବସ୍ଥାରେ ଦେବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମେସ୍ତ ଗୁରୁତର ଥିବା ଜଣାପଡ଼ିଛି ।