ବୋଷ ଇଂଜିନିୟରିଂ କଲେଜରେ ଛାତ୍ରର ମୃତ୍ୟୁକୁ ନେଇ ତନାଘନା ଜାରି

ବୋଷ ଇଂଜିନିୟରିଂ କଲେଜରେ ଛାତ୍ରର ମୃତ୍ୟୁକୁ ନେଇ ତନାଘନା ଜାରି

କଟକ, ଫେବୃୟାରୀ ୨୭: କଟକ ସ୍ଥିତ ବୋଷ ଇଂଜିନିୟରିଂ କଲେଜରେ ଜଣେ ଛାତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି । କଲେଜ ଛାତ୍ରାବାସରୁ ଛାତ୍ରଟିର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସୂଚନାନୁସାରେ ଏହି କଲେଜର ଇଲେକ୍ଟ୍ରୋନିକାଲ ତୃତୀୟ ବର୍ଷର ଛାତ୍ର ଜଣକର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏହା ଏକ ହତ୍ୟା କି ଆତ୍ମହତ୍ୟା ନେଇ ପୋଲିସ ତନାଘନା ଜାରି ରଖିଛି ।