ତରାପୁର ଗ୍ରାମରେ ଅଗ୍ନିକାଣ୍ଡ, ୮ ବଖରା ଘର ଭସ୍ମିଭୂତ

ତରାପୁର ଗ୍ରାମରେ ଅଗ୍ନିକାଣ୍ଡ, ୮ ବଖରା ଘର ଭସ୍ମିଭୂତ

କେନ୍ଦ୍ରାପଡ଼ା, ଫେବୃଆରୀ ୨୩: କେନ୍ଦ୍ରାପଡ଼ା ଜିଲ୍ଲା ତରାପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନକାଣ୍ଡରେ ୩ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ସୁଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ବେଳେ କେତେ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯାଇନାହିଁ ।