ପୁନଃ ଭୋଟ ଗଣନାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ମୁହାଁମୁହିଁ

ପୁନଃ ଭୋଟ ଗଣନାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ମୁହାଁମୁହିଁ

କେନ୍ଦୁଝର, ଫେବୃୟାରୀ ୨୪: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଜାମୁଯୋଡି ସରପଂଚ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ନେଇ ଉତେଜନା ଦେଖା ଦେଇଛି । ନିର୍ବାଚନ ଫଳା ଫଳ ଘୋଷଣା ହୋଇଛି । ପରାଜୟ ପ୍ରାର୍ଥୀ ଓ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୧୨ ଟି ଭୋଟ ରହିଥିବା ବେଳେ ପରାଜୟ ପ୍ରାର୍ଥୀ ପୁନଃ ଗଣନା ପାଇଁ ଆବେଦନ କରିଥିଲେ । ହରିଚନ୍ଦନପୁର ନିର୍ବାଚନ ଅଧିକାରୀ ତାକୁ ଗ୍ରହଣ କରିନଥିବା କାରଣରୁ ପରାଜୟ ପ୍ରାର୍ଥୀ ଓ ସମର୍ଥକମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ନିର୍ବାଚନ ଫଳାଫଳ ଘୋଷଣା ସରିଥିବା ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ହରିଚନ୍ଦନପୁର ବିଡିଓ ପୁନଃ ଗଣନା ପାଇଁ ଘୋଷଣା କରିଥିଲେ । ଏହା ପରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକ ମାନେ ପୁନଃ ଗଣନାକୁ ବିରୋଧ କରି ବ୍ଲକ ସାମ୍ନାରେ ପହଁଚିଥିଲେ । ଏହା ପର ଠାରୁ ଦୁଇ ଗୋଷ୍ଟି ମୁହାଁ ମୁହିଁ ପରିସ୍ଥିତିରେ ବସି ରହିଛନ୍ତି । ତେବେ ପରିସ୍ଥିତି ଅଣାୟତ ହେବା ଆଶଙ୍କାରେ ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ସହିତ ଘଟଗାଁ ଏସ ଡି ପି ଓ ଏବଂ ୧୦ରୁ ଉର୍ଦ୍ଧ ଅଫିସର ଉପସ୍ଥିତ ରହିଛନ୍ତି ।