ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଡ଼ିଏଫ୍‌ଓଙ୍କ ରିମାଣ୍ଡ ଆବେଦନ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଡ଼ିଏଫ୍‌ଓଙ୍କ ରିମାଣ୍ଡ ଆବେଦନ

ଭୁବନେଶ୍ୱର, ଫେବୃୟାରୀ ୨୭: ଗିରଫ ହୋଇଥିବା ନୂଆପଡା ଖରିଆର ଡିଏଫଓଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଛି । ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଡ଼ିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଅଧିକ ପଚରାଉଚୁରା ପାଇଁ ଭିଜିଲାନ୍ସ ରିମାଣ୍ଡରେ ନେଉଛି ।
 
ସୁଚନା ଯୋଗ୍ୟ ଯେ, ଗତକାଲି ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଖରିଆର ଡିଏଫଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ପରେ ସଂନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଚଳିତ ମାସ ୨୩ ତାରିଖରେ ଭିଜିଲାନ୍ସର ୪ଟି ଟିମ ଶରତଙ୍କ ଭୁବନେଶ୍ୱର ଗୌରୀନଗରସ୍ଥିତ ବାସଭବନ ,ଗୌତମନଗରସ୍ଥିତ ଜମି ,ବାଲେଶ୍ୱର ସୋର ଅନନ୍ତପୁରରେ ଥିବା ପୈତୃକ ଘର ଓ ଖରିଆର କାର୍ୟ୍ୟାଳୟରେ ଚଢଉ କରିଥିଲା ।