ଟୁଣ୍ଡଲା ଠାରେ କାଳିନ୍ଦୀ ଏକ୍ସପ୍ରେସ ମାଲଗାଡିକୁ ଧକ୍କା

ଟୁଣ୍ଡଲା ଠାରେ କାଳିନ୍ଦୀ ଏକ୍ସପ୍ରେସ ମାଲଗାଡିକୁ ଧକ୍କା

ଲକ୍ଷ୍ନୌ, ଫେବୃଆରୀ ୨୦: ଉତ୍ତର ପ୍ରଦେଶର ଟୁଣ୍ଡଲା ନିକଟରେ ଗତ ରାତ୍ରୀରେ କାଳିନ୍ଦୀ ଏକ୍ସପ୍ରେସର ଏକ ମାଲଗାଡି ସହିତ ଧକ୍କା ହୋଇଯାଇଛି । ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ସକାଲ ୧.୨୦ ରେ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣା ପଡିଛି । ଏହି ଦୁର୍ଘଟଣା କାରଣରୁ ପୁରୀ - ନୂଆ ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସମେତ ଦିଲ୍ଲୀ - କାନପୁର ରୁଟରେ ଚାଲୁଥିବା ୨୦ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି ଓ 11ଟି ଟ୍ରେନକୁ ରଦ୍ଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣା ପଡିଛି । ୫.୨୦ ସୁଧା କିଛି ଟ୍ରେନ ନିଜ ପଥ ରେ ବାହାରିଥିଲେ ।