ବେଟି ବଚାଓ ବେଟି ପଢ଼ାଓ କୁ ସଫଳତା ମିଳିଛି: ମୋଦି

ବେଟି ବଚାଓ ବେଟି ପଢ଼ାଓ କୁ ସଫଳତା ମିଳିଛି: ମୋଦି

ନୂଆଦିଲ୍ଲୀ, ଫେବୃଆରୀ ୨୬: ଆଜି ପ୍ରଧାନମନ୍ତ୍ରୀ ନିଜ ମନ କି ବାତ୍‌ କାର୍ଯ୍ୟକ୍ରମରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର ସଫଳତା ବିଷୟରେ ବଖାଣିଛନ୍ତି ।
ମୋଦି କହିଛନ୍ତି ଯେ, ୬ ମାର୍ଚ୍ଚରେ ମହିଳା ଦିବସ ପାଳିତ ହେବ। ତେବେ ଆମର ବେଟି ବଢ଼ାଓ ବେଟି ବଚାଓ ଆନ୍ଦୋଳନକୁ ଦ୍ରୁତ ଗତିରେ ଆଗକୁ ବଢ଼ାଯାଉଛି । ଏହାଦ୍ୱାରା ବହୁ ବର୍ଷ ଧରି ଚାଲି ଆସୁଥିବା ପୁରୁଣା ପ୍ରଥା ଉପରେ ରୋକ ଲଗାଯାଇପାରୁଛ । ଫଳରେ ଝିଅ ମାନଙ୍କର ଜନ୍ମରେ ଉତ୍ସବ ମନାଯାଉଛି । ତାମିଲନାଡ଼ୁର କୁନ୍ନୁର ଜିଲ୍ଲାରେ ବାଲ୍ୟବିବାହ ଉପରେ ରୋକ ଲଗାଯାଇପାରିଛି । କଶ୍ମରୀରେ ଗରିବ ଝିଅ ମାନଙ୍କ ଶିକ୍ଷାର ବ୍ୟବସ୍ଥା କରାଯାଉଛି । ମଧ୍ୟପ୍ରଦେଶରେ ଘରକୁ ଘର ଯାଇ ପଢ଼ା ଛାଡ଼ିଥିବା ଝିଅ ମାନଙ୍କୁ ପୁଣି ଥରେ ପାଠ ପଢ଼ିବା ପାଇଁ ସ୍କୁଲକୁ ନିଆଯାଉଛି ।
ମନ୍‌ କି ବାତ୍‌ ଜରିଆରେ ମୋତେ ଦେଶର ଗାଁ ଗହଳୀରେ ଗରୀବମାନଙ୍କ ମଧ୍ୟରେ କ’ଣ ଚାଲିଛି ସେ ବିଷୟରେ ଜାଣିବାକୁ ମିଳିପାରୁଛି । ଏଥିପାଇଁ ମୁଁ ଆପଣ ସମସ୍ତଙ୍କ ଆଭାରୀ ବୋଲି କହିଛନ୍ତି ମୋଦି ।